Home କୋରାପୁଟ ଡିଏମଏଫ ଖର୍ଚ୍ଚକୁ ନେଇ ସମୀକ୍ଷା କଲେ ଜିଲ୍ଲାପାଳ

ଡିଏମଏଫ ଖର୍ଚ୍ଚକୁ ନେଇ ସମୀକ୍ଷା କଲେ ଜିଲ୍ଲାପାଳ

181

କୋରାପୁଟ ; ତା୧୧-୦୯-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଡିଏମଏଫ ଖର୍ଚ୍ଚକୁ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ଥାନୀୟ ସଦଭାବନା ସଭାଗୃହଠାରେ ସମୀକ୍ଷା କରିଥିବା ଜଣାପଡିଛି ।କୋରାପୁଟ ସିଡିଏମଓଙ୍କୁ ଦିଆଯାଇଥିବା ଅର୍ଥ କାହିଁକି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ।ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ଅର୍ଥ ନେଇ କାର୍ଯ୍ୟକରି ବିନିଯୋଗ ପ୍ରମାଣପତ୍ର ସିଡିଏମଓଙ୍କୁ ଦେଉଛନ୍ତି ଓ ଉକ୍ତ ବିନିଯୋଗ ପ୍ରମାଣପତ୍ର ସିଡିଏମଓ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇବାର ଉଦେ୍ଦଶ୍ୟ କଣ ବୋଲି ସେ ବିରକ୍ତିସହ ଆହୁରୀ ପ୍ରଶ୍ନ କରିଥିଲେ ।ନନ୍ଦପୁର , ଲମତାପୁଟ , କୁନ୍ଦ୍ରା , କୋଟପାଡ , ବୋରିଗୁମ୍ମା , ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡିଜେଲ ଜେନେରେଟର ସ୍ଥାପନ ପାଇଁ ବିଭାଗକୁ ୫ ଲକ୍ଷ ୩୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ଓ ତାହାର ଖର୍ଚ୍ଚ ଉପରେ ବିଭାଗୀୟ ଯନ୍ତ୍ରୀ ଉତର ରଖିଥିଲେ ।ଡିଜେଲ ଜେନେରେଟର ଓ ମାଥାଲପୁଟ ,ନନ୍ଦପୁର , ବୈପାରୀଗୁଡା ଏବଂ ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମା ଗୃହ ନିର୍ମାଣ ନିମନ୍ତେ ୨ କୋଟି ୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ବୋଲି ଜଣାପଡିଛି ।୨୦୧୮ /୧୯ ଆର୍ଥିର୍ିକ ବର୍ଷରେ ଦଶମନ୍ତପୁର , କୋରାପୁଟ ଓ ଲକ୍ଷ୍ମିପୁର ବ୍ଲକର ବିଭିନ୍ନ ବିଭାଗକୁ ଦିଆଯାଇଥିବା ୭ କୋଟି ୩୭ ଲକ୍ଷ ଟଙ୍କା ଉପରେ ସମୀକ୍ଷା କରାଯାଇଥିଲା ।ଏହି ସମୀକ୍ଷା ବୈଠକରେ କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ , ସୁନାବେଡା ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର , କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,ସମଗ୍ର ଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ପରାମର୍ଶଦାତା ଭେଙ୍କେଟେସ୍ୱର ମିଶ୍ର , ସାଉଥକୋ ନିର୍ବାହୀ ôଯନ୍ତ୍ରୀ ଚମନ ଲାକ୍ରା ଓ ବିଭିନ୍ନ ବ୍ଲକର ବିଡିଓମାନେ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ମହେଶ୍ୱର ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏପିଡି ହିମାଂଶୁ ଶତପଥି ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.