Home Top News ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଭାବେ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଭାବେ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

45

ନୂଆ ଦିଲ୍ଲୀ ୨୯ -୧୦ (ଓଡ଼ିଆ ପୁଅ) ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା(ଆଇଏଏଫ) ଆଜି (୨୯-୧୦-୨୦୨୧) ମିଳିତଭାବେ ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷା କରିଛନ୍ତି। ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ କରାଯିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳ ସଠିକ୍ ଭେଦ କରିଥିଲା। କାର୍ଯ୍ୟକ୍ରମର ସମସ୍ତ ଲକ୍ଷ୍ୟ ସଫଳ ହୋଇଥିଲା। ଅନେକ ଦୂର ସଂମ୍ବେଦୀ ଯନ୍ତ୍ର ଯେପରି ଇଲେକ୍ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଓ ଚାନ୍ଦିପୁର ସମନ୍ୱିତ ପରୀକ୍ଷା ଘାଟୀରେ ମୁତୟନ ଟେଲି ମେଟ୍ରୀ ଓ ରାଡାର ଦ୍ୱାରା ବୋମା ପରୀକ୍ଷା ଦକ୍ଷତାର ଟିକିନିକି ପର୍ଯ୍ୟବେକ୍ଷଣ କରାଯାଇଥିଲା।

ଏହି ଦୂରଗାମୀ ବା (ଏଲଆର) ବୋମା ହାଇଦ୍ରାବାଦସ୍ଥିତ ଡିଆରଡିଓ ଇମରାଓ ଗବେଷଣା କେନ୍ଦ୍ରଦ୍ୱାରା ବିକଶିତ ହୋଇଥିଲା। ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆରଡିଓ, ଆଇଏଏଫ ଓ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏକ ବାର୍ତ୍ତା ଦେଇ ଏହି ଦୂରଗାମୀ ବୋମାର ସଫଳ ପରୀକ୍ଷା ଭାରତର ନିଜସ୍ୱ ଆୟୁଧ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.