ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସୂଚନା ଓ ଲୋକ ସଂପର୍କ ଅଫିସର ବରିଷ୍ଠ ଅଧିକାରୀ ତାପସ କୁମାର ନାୟକ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହୃଦରୋଗରେ ପୀଡିତ ହୋଇଥିବା ଶ୍ରୀ ନାୟକ ଜଣେ ଅମାୟିକ ଓ ମିଷ୍ଟଭାଷୀ କର୍ମଚାରୀ ଭାବେ ଜିଲାର ସବୁ ସାମ୍ବାଦିକମାନଙ୍କର ପ୍ରିୟଭାଜନ ଅଛନ୍ତି । ତାଙ୍କର ଏଭଳି ଶାରୀରିକ ଅସୁସ୍ଥତା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବାବେଳେ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଦ୍ରକ ଜିଲାର କର୍ତ୍ତବ୍ୟରତ ସାମ୍ବାଦିକମାନେ ତାଙ୍କ ପାଇଁ ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।