Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ଦିବସ ପାଳିତ

ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ଦିବସ ପାଳିତ

17

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବୁଧବାର ଲୋକକଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱରଂଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଉପାଧ୍ୟକ୍ଷ ସରୋଜ ବଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ସମିତିସଭ୍ୟ ସୁବାସ ଚନ୍ଦ୍ର ବଳ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ସମ୍ପାଦକ ଅକ୍ଷୟ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଲୋକକଳାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଲା, ଢୋଲକ ବାଦ୍ୟ, ଘୋଡ଼ାନାଚ ଇତ୍ୟାଦି ୫ଟି ଲୋକକଳା ଦଳ ଲୋକକଳା ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.