Home ଜିଲ୍ଲା ପରିକ୍ରମା ଡା. ଉପେନ୍ଦ୍ର ପସାଦ ମହାପାତ୍ରଙ୍କ ପରଲୋକ

ଡା. ଉପେନ୍ଦ୍ର ପସାଦ ମହାପାତ୍ରଙ୍କ ପରଲୋକ

39

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଅଞ୍ଚଳର ଲୋକପ୍ରିୟ ହୋମିଓପାଥି ଡାକ୍ତର, ସଙ୍ଗଠକ, ସମାଜସେବୀ ତଥା ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଡା. ଉପେନ୍ଦ୍ର ପ୍ରସାଦ ମହାପାତ୍ର ମନୋହରପୁର ଗ୍ରାମରେ ଥିବା ପୈତୃକ ବାସଭବନରେ ସୋମବାର ଇହଲିଳା ସମ୍ବରଣ କରିଛନ୍ତି । ମୃତ୍ୟୁ ସମୟକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ଶଯ୍ୟାସାୟୀ ହୋଇଥିଲେ । ତାଙ୍କ ମରଶରୀରକୁ ଗ୍ରାମଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ପୁଅ ମୁଖାଗ୍ନି ଦେଇଥିଲେ । ଚାରି ମାସ ପୂର୍ବରୁ ତାଙ୍କ ସହଧର୍ମିଣୀ ମୃତ୍ୟୁବରଣ କରିଥିଲେ । ଜଣେ ହୋମିଓପାଥିକ ଡାକ୍ତର ଭାବେ ଯାଜପୁରରୋଡ ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ବେଶ ପରିଚିତି ଲାଭ କରିଥିଲେ । ୧୯୯୩ ମସିହାରେ ଭଣ୍ଡାରିପୋଖରୀ କଲେଜ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥିଲେ । ସେ ଭଣ୍ଡାରିପୋଖରୀ ବରିଷ୍ଠ ନାଗରିକ ସଙ୍ଗଠନର ସଦସ୍ୟ, ରାମଦୟା ପରିଷଦର ସଦସ୍ୟ ଭାବେ ଦାଇତ୍ୱ ତୁଲାଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ନରହରି ମହାନ୍ତି, ଲକ୍ଷ୍ମୀଧର ନାୟକ, ବସନ୍ତ କୁମାର ରାଉତ, କଲେଜ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ ଓ ସମସ୍ତ କର୍ମଚାରୀମାନେ ସ୍ୱର୍ଗତ ମହାପାତ୍ରଙ୍କ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.