Home ଜିଲ୍ଲା ପରିକ୍ରମା ଡାହାଣୀ ହତ୍ୟା ନିଷେଧ ସଚେତନତା କର୍ମଶାଳା

ଡାହାଣୀ ହତ୍ୟା ନିଷେଧ ସଚେତନତା କର୍ମଶାଳା

55

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରେ ମହିଳାମାନେ ସାମ୍ନା କରୁଥିବା ହିଂସା, ନିର୍ଯ୍ୟାତନା ମଧ୍ୟରୁ ଡାଆଣୀ ସନ୍ଦେହରେ ହତ୍ୟା, ନିର୍ଯ୍ୟାତନା ଏକ ସାଂଘାତିକ ଓ ମହିଳା ବିରୋଧୀ ହିଂସା ଘଟଣା । ଏଥିରେ ଶିକାର ହେଉଥିବା ବ୍ୟକ୍ତିଙ୍କ ସୁରକ୍ଷା, କୁତ୍ସିତ ଡାହାଣୀ ପ୍ରଥାର ନିଷେଧ, ନିରାକରଣ ପାଇଁ ସଚେତନତା ଉଦ୍ଦେଶ୍ୟରେ ଜିଲ୍ଲାକାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ପୁଷ୍ପଲତା ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଡାହାଣୀ ପ୍ରଥାର କୁ ପ୍ରଭାବ ଓ ଏହି କୁ ପ୍ରଥାର ବିଲୋପ ପାଇଁ ସଚେତନତାର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ତଥା ଆଲୋଚକ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଏ.ଡ଼ି.ପି.ଏଚ୍‌.ଓ. ଡା. ଭାରତୀ ରାଉତ, ଡି,ଏସ୍‌.ପି. ପୁଷ୍ପଲତା ବାରିକ୍ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ ମଞ୍ଚ ପରିଚାଳନା କରିଥିଲେ । ବିଶିଷ୍ଟ ସମାଜସେବୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ରିସୋର୍ସ ପର୍ସନ ଭାବେ ଡାଆଣୀ କାହାକୁ କୁହାଯିବ, ଡାହାଣୀ ପ୍ରଥାର ଇତିହାସ, ଏହାର କୁପରିଣାମ, ଏହି କୁତ୍ସିତ ପ୍ରଥାର ବିଲୋପ ପାଇଁ ସରକାରୀ ସ୍ତରରେ ୨୦୧୩ରୁ ପ୍ରଣୀତ ଆଇନ୍‌ର ବିଭିନ୍ନ ଦିଗ, ଆମ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଘଟିଥିବା ଏହି ଡାଆଣୀ ହତ୍ୟା ଘଟଣାର ତୁଳନାତ୍ମକ ସଂଖ୍ୟା, ଏଥିରୁ ସମାଜକୁ ମୁକ୍ତ କରିବା ପାଇଁ ସଚେତନତା ବୃଦ୍ଧି ଦିଗରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଜିଲ୍ଲାର ସମସ୍ତ ସି.ଡ଼ି.ପି.ଓ., ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀବୃନ୍ଦ ଏହି କର୍ମଶାଳାରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ମତାମତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.