Home ଜିଲ୍ଲା ପରିକ୍ରମା ଡାହାଣୀଗଡିଆରୁ ୧୨.୬ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଡାହାଣୀଗଡିଆରୁ ୧୨.୬ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

6

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଂଚଳ ଥାନା ପୁଲିସ୍ ଏମ୍‌ଭିଆଇ ଚେକିଂ କରୁଥିବାବେଳେ ଡାହାଣୀଗଡିଆ ଛକ ନିକଟରେ ଜଣେ ଯୁବକ ଠାରୁ ୧୨.୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏସ୍‌ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛିଦିନ ଧରି ଏମ୍‌ଭିଆଇ ଚେକିଂ ହେଉଛି। ତେବେ ଆଜି ସହରାଂଚଳର ଥାନାର ଏହି ଚେକିଂ ସମୟରେ ସନ୍ଦିଗ୍ଧ ଯୁବକ ଠାରୁ ଏହି ବ୍ରାଉନସୁଗାର ଜବତ ହୋଇଛି। ଯୁବକର ଘର ଯାଜପୁର ଜିଲା କୋରେଇ ଥାନା ପୂର୍ବକୋର୍ଟ ଗ୍ରାମ ହୋଇଥିବାବେଳେ ତାହାର ନାମ କୱାଡି ଦୁଲାଲ ଅଟେ। ସେ ବ୍ୟବହାର କରୁଥିବା ବାଇକ୍‌ଟି ଚୋରା ବୋଲି ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇ ଯୁବକକୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.