ନବରଙ୍ଗପୁର ୨୫-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଶୁକ୍ରବାରଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ ଆସନ୍ତା ୧ ଜୁଲାଇରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନିମନ୍ତେ ରଥଯାତ୍ରା କମିଟି ଓ ଗ୍ରାମବାସୀଙ୍କ ଦ୍ଵାରା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଥଯାତ୍ରା କମିଟି ସ୍ଥାୟୀ ସଭାପତି ସ୍ଥାନୀୟ ତହସିଲଦାର ସନ୍ଧ୍ୟା ସମରଥଙ୍କ ସଭାପତିତ୍ଵରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶରତ ମାଝି, ଉପ-ସଭାପତି ଜି ଭେଙ୍କଟେଶ୍ଵର ରାଓ, ସମ୍ପାଦକ ଭଗବାନ ମହାନ୍ତି, କୋଷାଧକ୍ଷ ଜି ସାଇ ରାଜୁ, ଦେବରାଜ ପାତ୍ର, ସୁରେନ୍ଦ୍ର ମିଶ୍ର, ଏମ୍ ଆପ୍ପା ରାଓ, ଏମ୍ ବୁଲୁ ରାଓ, ଥାନା ଅଧିକାରି ଅଭିମନ୍ୟୁ ଦୁର୍ଗା, ଚମ୍ପା ଅଗ୍ରୱାଲ୍, ମଳୟ ବିଷୋଇ, ସୁର୍ଯ୍ୟ ସୁବୁଦ୍ଧି ପ୍ରମୁଖ ବହୁ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି କିପରି ଶାନ୍ତି ଶ୍ରୁଙ୍ଖଳାରେ ରଥଯାତ୍ରା ହେବ ସେ ନେଇ ବ୍ୟାପକ ଆଲୋଚନା କରାଯାଇ ଦାଇତ୍ଵ ବଣ୍ଟନ କରାଯାଇଥିଲା। ୨୯/୬ ବୁଧବାର ନବ ଯୌବନ ଦର୍ଶନ ସମୟ ଦିନ ୧୧.୨୩ ମିନିଟ, ତା ୩୦/୬ ରଥ ପ୍ରତିଷ୍ଟା ମଧ୍ୟାହ୍ନ, ଅପରାହ୍ନ ସେନାପଟା ଲାଗି ଓ ବେଶ, ତା ୧/୭ ଦିବା ୧୨.୧୭ ମିନିଟ ଠାରୁ ପହଣ୍ଡି ଆରମ୍ଭ, ୧/୭ ଠାରୁ ୯/୭ ପର୍ଯ୍ୟନ୍ତ ଦଶ ଅବତାର, ତା୯/୭ ଦିନ ବାହୁଡା ଯାତ୍ରା ଦିବା ୨ ଘଣ୍ଟା ୪ ମିନିଟରେ ପହଣ୍ଡି, ୧୧/୭ ଅଧରପଣା ଓ ସନ୍ଧ୍ୟା ରତ୍ନ ସିଙ୍ଘାସନରେ ବିଜେ ଏହି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବା ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିଲେ।