Home ଜିଲ୍ଲା ପରିକ୍ରମା ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

31

ନବରଙ୍ଗପୁର ୧୬/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ସାମ୍ବାଦିକ ସଂଘ କାର୍ଯ୍ୟାଳୟ, ଡ୍ରାଇଭର ମହାସଂଘ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ଗୁଡିକରେ ସୋମବାର ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ସାମ୍ବାଦିକ ସଂଘ ଠାରେ ଡାବୁଗାଁ ଉପଡାକପାଳ ଦୀପ୍ତି ନାରାୟଣ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ ସାମ୍ବାଦିକ ସଂଘ ସଭାପତି ପ୍ରଜ୍ଞାରଞ୍ଜନ ପରିଡା, ଉପଦେଷ୍ଟା ରବି ନାରାୟଣ ମହାନ୍ତି, ମିହିର ଶଙ୍କର ପାତ୍ର, ଗଗନ ଗନ୍ତାୟତ, ସୁଶାନ୍ତ କୁମାର ପଣ୍ଡା, ସମସ୍ତ ଅଧିକାରୀ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ। ଏହା ପରେ ଜୟନ୍ତୀନଗର ସ୍ଥିତ ଶିଶୁ ଉଦ୍ୟାନ ରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଡାବୁଗାଁ ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ଠାରେ ଡାବୁଗାଁ ଆଇଆଇସି ପ୍ରମୋଦ କୁମାର ନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ଲୋକପ୍ରିୟ ବିଧୟକ ବିଧାୟକ ମନୋହର ରନ୍ଧାରୀ ମଧ୍ୟ ଡ୍ରାଇଭର ମହାସଙ୍ଘ୍, ଡାବୁଗାଁ ଶାଖାରେ ଡ୍ରାଇଭର ମାନଙ୍କ ସହ ମିଶି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.