Home ଜିଲ୍ଲା ପରିକ୍ରମା ଡାଟା ଏଂଟ୍ରି ଅପରେଟରଙ୍କୁ ଦୁର୍ବ୍ୟବହାର କରି ଯୁବକ ଅଟକ

ଡାଟା ଏଂଟ୍ରି ଅପରେଟରଙ୍କୁ ଦୁର୍ବ୍ୟବହାର କରି ଯୁବକ ଅଟକ

10

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମବାୟ ସମିତି ଡାଟା ଏଂଟ୍ରି ଅପରେଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଏଡତାଳ ସମବାୟ ସମିତିରେ ବୋଲି ଅଭିଯୋଗରୁ ଜଣାପଡିଛି । ଅଭିଯୋଗ ମୁତାବକ, ଦୁଇଦିନ ପୁର୍ବରୁ ବାବୁଲି ଜେନା ଓ ତାର ସହଯୋଗୀ ବିଦ୍ୟାଧର ମଲ୍ଲିକ ନାମକ ଦୁଇଜଣ ଯୁବକ ସମବାୟ ସମିତିରେ ପହଂଚି ଡାଟା ଏଂଟ୍ରି ଅପରେଟରଙ୍କୁ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ଡାଟା ଏଂଟ୍ରି ଅପରେଟର ଗଗନବିହାରୀ ସାହୁ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଆଜି ବାସୁଦେବପୁର ପୋଲିସ ବାବୁଲିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ଏହି ଘଟଣାକୁ ନେଇ ଆଜି ଏଡତାଳ ସମବାୟ ସମିତିରେ ବୋର୍ଡ ବୈଠକ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.