Home ଜିଲ୍ଲା ପରିକ୍ରମା ଡାକ୍ତରଖାନା ଛକ ଠାରୁ ବାଟଗାଁ ଓ ମୂଷାନଦୀର ସଂପ୍ରସାରଣ ନିମନ୍ତେ ଜନଶୁଣାଣି ଆୟୋଜିତ : ଆସନ୍ତା...

ଡାକ୍ତରଖାନା ଛକ ଠାରୁ ବାଟଗାଁ ଓ ମୂଷାନଦୀର ସଂପ୍ରସାରଣ ନିମନ୍ତେ ଜନଶୁଣାଣି ଆୟୋଜିତ : ଆସନ୍ତା ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜନଶୁଣାଣି ହେବ

34

ପୁରୀ- ୦୮.୧୧ (ଓଡ଼ିଆ ପୁଅ)- ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ଓ ମୂଷାନଦୀର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ନେଇ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ଜନଶୁଣାଣି ଆସନ୍ତା ୧୫ ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏ ସଂକ୍ରାନ୍ତୀୟ ସାମାଜିକ ପ୍ରଭାବ ଆକଳନ ଶେଷ ହୋଇଛି। ମୂଷାନଦୀର ପ୍ରଥମ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ସମଙ୍ଗ, ମାଟିତୋଟା ଓ ମାର୍କଣ୍ତେଶ୍ବର ସାହି- ୧ ପାଇଁ ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜଗନ୍ନାଥ ବଲ୍ଲଭ କମ୍ଲେକ୍ସ ପରିସରରେ ଜନଶୁଣାଣି ହେବ। ସେହିଭଳି ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ବଳଗଣ୍ତି ଓ କୁମ୍ଭାରପଡା ନିମନ୍ତେ ୧୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ କୁମ୍ଭାରପଡା ପୁରୁଣା ଜେଲ ରୋଡସ୍ଥିତ ଜାଇଗଡ କ୍ଲବ ଏବଂ ଉକ୍ତଦିନ ଅପରାହ୍ନ ୩ ଘଟିକା ସମୟରେ ଅଠରନଳା ଓ ଜିତକର ମୁଦୁଲି ପାଟଣା ଅଞ୍ଚଳ ନିମନ୍ତେ ଗୋପିନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହେବ। ସେହିଭଳି ୧୭ ତାରିଖ ଦିନ ୧୧ ଘଟିକା ସମୟରେ କାଶିହରିପୁର, ସିରେଇକୋଣପାଟଣା, ଭାରତୀପୁର, କଦଳୀବାଡି ପାଟଣା, ଆଳିକିଆ ଓ ଚକ୍ରବର୍ତ୍ତୀ ଗ୍ରାମ ପାଇଁ ମା’ ବସନ୍ତେଇ ମନ୍ଦିର ନିକଟରେ ଏବଂ ଉକ୍ତଦିନ ଅପରାହ୍ନ ୩ ଘଟିକା ସମୟରେ ବାଟଗାଁ ନିମନ୍ତେ ହରେକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହେବ। ସେହିଭଳି ମୂଷାନଦୀର ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ସଂପର୍କରେ ଦାଣ୍ତିମାଳ ସାହି, କୁମ୍ଭାରପଡା, ମାର୍କଣ୍ତେଶ୍ବର ସାହି-୧, ବଳଗଣ୍ତି, ସମଙ୍ଗ, ନୀଳଚକ୍ର ନଗର, ଅଠରନଳା ବନ୍ଧ ସାହି, ନରେନ୍ଦ୍ର କୋଣ ହରିଜନ ସାହି, ନରେନ୍ଦ୍ର କୋଣ ମଙ୍ଗଳା ସାହି, ଖଣ୍ତିଆବନ୍ଧ ଓ ଖରାଖାଇ ନିମନ୍ତେ ୧୮ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜଗନ୍ନାଥ ବଲ୍ଲଭ କମ୍ଲେକ୍ସ ପରିସର ଏବଂ ଉକ୍ତଦିନ ଅପରାହ୍ନ ୩ ଘଟିକା ସମୟରେ ଆଳିକିଆ, ରେଣ୍ତୁଅ, ନୂଆପାଟଣା, ସମଙ୍ଗରା, ବାଲୁଖଣ୍ଡ ଓ ଭାରତୀପୁର ନିମନ୍ତେ ବାଲିଗୁଆଳି ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜନଶୁଣାଣିର ଆୟୋଜନ କରାଯାଇଛି। ଏଥିରେ ଜିଲ୍ଲାର ସଂପୃକ୍ତ ବରିଷ୍ଠ ଅଧିକାରୀ ମାନେ ଜନଶୁଣାଣିରେ ସାମିଲ ହୋଇ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଆପତ୍ତି ଅଭିଯୋଗ ଉପରେ ଶୁଣାଣି କରିବେ। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.