Home ଜିଲ୍ଲା ପରିକ୍ରମା ଡାଇରିଆ ସଚେତନତା ରଥର ଶୁଭାରମ୍ଭ କଲେ ସାଂସଦ ଓ ବିଧାୟକ

ଡାଇରିଆ ସଚେତନତା ରଥର ଶୁଭାରମ୍ଭ କଲେ ସାଂସଦ ଓ ବିଧାୟକ

23

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳ ରେ ଏବେ ଡାଇରିଆ ରୋଗ ବ୍ୟାପୁ ଥିବାରୁ ସେହି ରୋଗ ସମ୍ପର୍କ ରେ ସତର୍କ ଓ ସଚେତନତା ସୃଷ୍ଟି ପାଇଁ ଆଜି ଏକ ଡାଇରିଆ ସଚେତନତା ରଥ ବାହାରିଛି। ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ବାହାରିଛି। ଏହାକୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଯୋଗ ଦେଇଥିଲେ। ଏହି ରଥ ବିଭିନ୍ନ ବ୍ଲକ ର ଗ୍ରାମାଂଚଳକୁ ଯାଇ ଡାଇରିଆ ରୋଗ ସମ୍ପର୍କ ରେ ବ୍ୟାପକ ସଚେତନତା ସୃଷ୍ଟି କରିବ। ଏପରିକି ରୋଗ ଠାରୁ କିପରି ଦୂରରେ ରହିବା କୁ ହେବ, ରୋଗ ର ଲକ୍ଷଣ ଓ ନିରାକରଣ ଉପରେ ଲୋକ ଙ୍କୁ ସଚେତନ କରିବ ତେବେ ଭଦ୍ରକ ଜିଲ୍ଲାରେ ଦେଖାଯାଇଥିବା ଡାଇରିଆ ରୋଗ ସଂକ୍ରମଣ କୁ ରୋକିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛି ବୋଲି ଉଭୟ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧୀର ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.