Home ଜିଲ୍ଲା ପରିକ୍ରମା ଡାଇରିଆ ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି, ବିଶୋଧନ କଲେ ସମାଜସେବୀ

ଡାଇରିଆ ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି, ବିଶୋଧନ କଲେ ସମାଜସେବୀ

11

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ସନ୍ନିକଟ ମୌଦା ଗ୍ରାମରେ ଡାଇରିଆ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଏହି ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ମୌଦା ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ସ୍ତମ୍ଭକାର ସୁବୋଧ କୁମାର ସାହୁ ନିଜସ୍ୱ ଉଦ୍ୟମରେ ଡାଇରିଆ ପ୍ରବଣ ଗ୍ରାମରେ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରିଥିବା ଦେଖାଯାଇଛି । ସଢା ପଂଚାୟତ ମୌଦା ହରିଜନ ସାହିର ୫୦ ରୁ ଉର୍ଦ୍ଧ ଲୋକ ବନ୍ତ ବ୍ଲକର ଅଡାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ,ଭଦ୍ରକ ମୁଖ୍ୟ ଚିକିତ୍ସାଳୟ,ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦିରେ ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀ ସାହୁ ମଙ୍ଗଳା ମନ୍ଦିର ପରିସର, ଘଡେଇ ସାହିରେ ଗତ ବୁଧବାର ବ୍ଲିଚିଂ ପକାଇ ବିଶୋଧନ କରିଥିବା ବେଳେ ଆଜି କାଣ୍ଡ ଗଢିଆ ସାହିର ରାସ୍ତା, ପୋଖରୀ ଚର୍ତୁପାଶ୍ୱର୍ ଓ ବିଭିନ୍ନ ସ୍ଥାନରେ ବିଶୋଧନ କରିଛନ୍ତି । ଏହି କାର୍ଯ୍ୟରେ ଯୁବ ସମାଜସେବୀ ଦେବେନ୍ଦ୍ର କୁମାର ଦାସ, ନାରାୟଣ ଚନ୍ଦ୍ର ଜେନା, ମଣି ଚରଣ ଜେନା, ଗୌରାଙ୍ଗ ପଳତା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.