ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସି. ଆଇ. ଟି. ୟୁ ଭଦ୍ରକ ଜିଲ୍ଲା କମିଟି ବୈଠକ ଦିବ୍ୟ ସିଂହ ନାୟକ ଙ୍କ ସଭାପତିତ୍ୱରେ ଜାନକୀ ନୀଳୟରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସମ୍ପାଦକ ରମେଶ ଜେନା ଯୋଗ ଦେଇ ମୋଦି ସରକାର୍ଙ୍କ ଶ୍ରମିକ ମାନଙ୍କୁ ଯେପରି ସେମାନଙ୍କର ଅଧିକାର ଛଡ଼ାଇ ନେଇ ଚାରିଗୋଟି ଶ୍ରମିକ୍ ବିରୋଧି କୋଡ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି, ସ୍କମି ଶ୍ରମିକ ମାନଙ୍କୁ ସ୍ଥାୟୀ ଶ୍ରମିକ ର ମାନ୍ୟତା ପ୍ରଦାନ କରୁନାହାନ୍ତି, ୨୦୨୫ବିଦ୍ୟୁତ୍ ଆଇନି ଆଣି ଛନ୍ତି ଓ ସ୍ମାର୍ଟ ମିଟର ବସାଇ ଅଧିକ୍ ବିଦୁତ୍ ବିଲ ଆଦାୟ କରି ବାକୁ ସ୍ଥିର କରିଛନ୍ତି ଓ ଚାଷୀ ଫସଲ ପାଇଁ ସହାୟକ ମୂଲ୍ୟ ପାଇଁ ଆଇନ୍ ଆଣୁ ନଥିବାରୁ, ସରକାରୀ ଶିଳ୍ପ, କାରଖାନା କୁ ଆଦାନୀ ଅମ୍ବାନୀ ଙ୍କୁ ବିକ୍ରି କରିଦେଉଛନ୍ତି ତାର ପ୍ରତିବାଦ କରି ଆଗାମୀ ଫେବୃଆରୀ ୧୨ ତାରିଖ ଦିନ ଦେଶ ବ୍ୟାପୀ ବନ୍ଧ କୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ଆୟୋଜନ କରାଯିବ। ସମସ୍ତ ଶ୍ରମିକ ୟୁନିଅନର ସାଧାରଣ ବୈଠକ ଅନୁଷ୍ଠିତ କରାଯାଇ ପ୍ରଚାର ପ୍ରସାର ନିମନ୍ତେ ନିଷ୍ପତି ଗ୍ରହଣ କରିଛନ୍ତି। ଏହି ବୈଠକରେ ଶ୍ରମିକ ନେତା କାଳନ୍ଦୀ ପାତ୍ର, ମହେଶ୍ୱର ନାୟକ, ରାଧା ଦାସ, ଶାନ୍ତିଲତା ନାୟକ, ବାବୁ ଖାଁ, କାଳୁ ଖାଁ, ସୁରେନ୍ଦ୍ର ନାୟକ ଓ କୃଷକ ନେତା ଚନ୍ଦ୍ର ଶେଖର ନାୟକ, ପ୍ରଭାସ ମୋହାପତ୍ର, ଖେତ୍ ମୂଲିଆ ନେତା ପ୍ରଫୁଲ୍ଲପାଢ଼ୀ, ଗିରିଧାରୀ ନାଥ, ଜୈନୁଲୁ ଅବେଡ଼ିନି ଓ ବିପ୍ଲବ ଜେନା ଓ ମହିଳା ନେତ୍ରୀ ଶୁରଜିତା ନାୟକ ଯୋଗ ଦେଇ ଥିଲେ। ଆସନ୍ତା ୨୬ ତାରିଖରେ ଜିଲ୍ଲା ର ସମସ୍ତ ବ୍ଲକ୍ ଅଫିସ ରେ ମିଳିତ ଭାବେ ଏକ ପାଂଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ। ଆସନ୍ତା ୧୯ ତାରିଖରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତତଫରୁ କୃଷକ ଆନ୍ଦୋଳନ ର ସ୍ମାରକୀ ଦିବସ୍ ପାଳନ ଅବସର ରେ ଏକ ସାଧାରଣ ସଭା ଭଦ୍ରକ ଜିଲ୍ଲାରେ କଚେରୀ ବଜାର ଏସ୍ବିଆଇ ଛକ ନିକଟରେ ଅନୁଷ୍ଟିତ ହେବ। ଏହି ଦେଶ ବ୍ୟାପୀ ବନ୍ଦ ଆନ୍ଦୋଳନକୁ ଜୋରଦାର କରିବାକୁ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି।
Home ଜିଲ୍ଲା ପରିକ୍ରମା ଡବଲ ଇଞ୍ଜିନ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରତ୍ୟାହାର ଦାବି,ଫେବୃୟାରୀ ୧୨ତାରିଖ ଭାରତ ବନ୍ଦକୁ...







