Home ଓଡ଼ିଶା ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

ଡଙ୍ଗାରେ ଥିବା ୨୫ ଜଣଙ୍କୁ ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ

48

ନବରଙ୍ଗପୁର ୧୫/୦୯, (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୋଡ଼ାଗଡ଼ ଡ୍ୟାମ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାରର ମଝିରେ ଫସିଲା ଲଞ୍ଚ। ଲଞ୍ଚ ଦ୍ୱାରା ଗୁଞ୍ଜମାଲି ଗ୍ରାମରୁ ୨୫ ଜଣ ବାହାରି ଖାତିଗୁଡା ସ୍ଥିତ ଲୋମତାଗୁଡା ସାପ୍ତାହିକ ବଜାର କରିବା ପାଇଁ ଆସୁଥିଲେ। ଲଞ୍ଚର କିଛି ତ୍ରୁଟି ଯୋଗୁ ଆଉ ଆଗକୁ ବଢି ନଥିଲା। ଏହି ସମୟରେ ପୋଡ଼ାଗଡ଼ ଥିବା ୧୦୮ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ଯାତ୍ରୀ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ୧୦୮ ଜଳ ବୋଟ ଆମ୍ବୁଲାନ୍ସ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଞ୍ଜମାଲି ଗ୍ରାମର ୨୫ ଜଣ ମଧ୍ୟରୁ ୧୫ଜଣ ମହିଳା, ୬ ଜଣ ପୁରୁଷ ଓ ୪ଜଣ ଛୋଟ ଶିଶୁ ଲଞ୍ଚରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସାପ୍ତାହିକ ମାର୍କେଟିଙ୍ଗ କରିବାକୁ ଉକ୍ତ ଲଞ୍ଚ ନେଇ ସକାଳ ୯ ଘଣ୍ଟା ସମୟରେ ନିଜ ଗ୍ରାମରୁ ରୁ ବାରିଆଘାଟ ଅଭିମୁଖେ ଆସୁଥିଲେ। ହଠାତ ମଝି ଦରିଆରେ ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ସେମାନଙ୍କ ଅଚଳ ଲଞ୍ଚ ଭିତରକୁ ପାଣି ପଶିଥିଲା। ଫଳରେ ଲଞ୍ଚ ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲ।। କିନ୍ତୁ, ନାଉରୀ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ବାରିଆଘାଟରେ ଥିବା ୧୦୮ବୋଟ ଆମ୍ବୁଲାନ୍ସ ର ଡ୍ରାଇଭରକୁ ଫୋନ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ।

ଖବର ପାଇ ତୁରନ୍ତ ବୋଟ ଆମ୍ବୁଲାନ୍ସ ରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ମିଶି ଘଟଣାସ୍ଥଳକୁ ଯାଇଥିବା ବେଳେ ଲଞ୍ଚ ଥିବା ୨୫ଜଣଙ୍କ ସମେତ ମାର୍କେଟିଙ୍ଗ ରେ ବିକ୍ରି କରିବା ପାଇଁ ଆଣିଥିବା ସଉଦା, ପତ୍ର କୁ ମଧ୍ୟ ଉଦ୍ଧାର କରିଥିଲେ। ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର ବ୍ୟକ୍ତି ମାନଙ୍କୁ ବାରିଆଘାଟ ରେ ଆଣି ଛାଡିଥିଲେ।ଯଦି ବୋଟ ଆମ୍ବୁଲାନ୍ସ ସଠିକ ସମୟରେ ଆସିନଥାଆନ୍ତା, ତାହେଲେ ଡଙ୍ଗାରେ ଥିବା ୨୫ଜଣ ବ୍ୟକ୍ତି ନିଶ୍ଚିତ ବିପତ୍ତି ପଡିଥାନ୍ତା ବୋଲି ଉଦ୍ଧାର ବ୍ୟକ୍ତିମାନେ କହିବାସହ ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.