Home ଜିଲ୍ଲା ପରିକ୍ରମା ଡକାୟତି ଘଟଣାରେ ତିନି ଅଭିଯୁକ୍ତ ଗିରଫ – ତିନି ମୋବାଇଲ ଜବତ

ଡକାୟତି ଘଟଣାରେ ତିନି ଅଭିଯୁକ୍ତ ଗିରଫ – ତିନି ମୋବାଇଲ ଜବତ

46

ବଲାଙ୍ଗିର, ୨୦-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ ମାସ ୨୦ ତାରିଖରେ ଖୁଜେନପାଲି ରାସ୍ତାରେ ଡକାୟତି ଘଟଣାରେ ଆଜି ବଲାଙ୍ଗିର ସଦର ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତି ହୋଇଥିବା ତିନି ମୋବାଇଲ ଫୋନ ଜବତ କରିଛି। ତିନି ଜଣ ଯାକ ଅଭିଯୁକ୍ତ ବିଜାଖମନର ହୋଇଥିବା ବେଳେ ସେମାନେ ଜ୍ୟେଷ୍ଠ ନାଗ (୨୫), ସାରଥୀ ଜାଲ (୩୫) ଓରଫ୍ ମେଘୁ, ଓ ରିଙ୍କୁ ଦୀପ (୨୧) ବୋଲି ଜଣାପଡିଛି।

ପ୍ରକାଶ ଯୋଗ୍ୟ ଯେ, ଗତ ୨୦ ତାରିଖ ସନ୍ଧ୍ୟାରେ ଖୁଜେନପାଲି ମନ୍ଦିର ପଛପଟେ ନିର୍ମାଣାଧୀନ ଗାୟତ୍ରୀ ମନ୍ଦିରକୁ ମନ୍ଦିର ସଂଯୋଜକ ଯୁଗଲ କିଶୋର ଝା ତାଙ୍କର ସହେଯାଗୀ ପ୍ରତାପ ଆଚାର୍ଯ୍ୟ ସହ ଯାଇଥିଲେ। ମନ୍ଦିର ନିର୍ମାଣ କାମ ତଦାରଖ କରି ଫେରୁଥିବା ସମୟରେ ତିନି ଜଣ ଯୁବକ ହଠାତ ବାଇକରେ ଆସି ଶ୍ରୀ ଝା’ଙ୍କୁ ପଛ ପଟୁ ଆଘାତ କରିଥିଲେ। ଏହି ଆଘତରେ ଉଭୟେ ଗାଡିରୁ ପଡି ଯାଇଥିଲେ। ଅଭିଯୁକ୍ତମାନେ ଶ୍ରୀ ଝା’ଙ୍କ ଠାରୁ ତାଙ୍କର ଦୁଇ ସାମସଙ୍ଗ ମୋବାଇଲ, ୧୪୦୦ ଟଙ୍କା ଏବଂ ତାଙ୍କ ସହେଯାଗୀ ଶ୍ରୀ ଆଚାର୍ଯ୍ୟଙ୍କ ଠାରୁ ଏକ ଭିଭୋ ମୋବାଇଲ ଓ ୫୦୦ ଟଙ୍କା ଲୁଟି ଫେରାର ମାରିଥିଲେ। ଶ୍ରୀ ଆଚାର୍ଯ୍ୟ ଏହି ଘଟଣାର ଲିଖିତ ଅଭିଯୋଗ କଲା ପରେ ସଦର ପୋଲିସ ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ଏସ୍ଆଇ ଜାଜା ଓ ଏଏସ୍ଆଇ ସେନ୍ଦ୍ରିଆଙ୍କ ସହ ଏକ ଟିମ ଗଠନ କରାଯାଇ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତିନି ଜଣ ଯାକ ଅଭିଯୁକ୍ତଙ୍କ ଏକାଧିକ ମାମଲାରେ ସଂପର୍କ ରହିଥିବା ପୋଲିସ କହିଛି। ପୋଲିସ ଏ ସମସ୍ତ ଘଟଣାର ଛାନଭିନ କରୁଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.