Home ଓଡ଼ିଶା ଡକାୟତି କରୁବାକୁ ଆସି ଗ୍ରାମବାସିଙ୍କ ଦ୍ୱାରା ଧରାପଡି ଜେଲଗଲେ

ଡକାୟତି କରୁବାକୁ ଆସି ଗ୍ରାମବାସିଙ୍କ ଦ୍ୱାରା ଧରାପଡି ଜେଲଗଲେ

162

ବାଲିଗୁଡା ୨୯-୧୦ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ଗତକାଲି ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମପଂଚାୟତର ପଲମି ଗ୍ରାମରେ ତିନି ଜଣ ଦୁର୍ବୁତ କିଛି ଲୋକଙ୍କ ଘରେ ପଶି ଭୁଜାଲି ଓ ବନ୍ଧୁକ ଦେଖାଇ ଟଙ୍କା ସୁନା ମାଗିଥିଲେ।କିନ୍ତୁ ଏହି କଥା ଗ୍ରାମରେ ଗ୍ରାମବାସୀ ଜାଣିବା ପରେ ସମସ୍ତେ ଏକତ୍ରିତ ହୋଇ ତିନି ଜଣ ଦୁର୍ବୁତକୁ କାବୁ କରି ଉତମମଧ୍ୟମ ଦେବାପରେ ଗୋଟିଏ ଜାଗାରେ ବାନ୍ଧି ରଖିଥିଲେ। ଏହାପରେ ବାଲିଗୁଡା ଥାନାରେ ଆଜି ସକାଳେ ଲିଖିତ ଏତଲା ଦେବାପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତିନି ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଗିରଫ ମାନେ ହେଲେ ଦାଶା ଭୋଇତିରିଆ ଗ୍ରାମ ମହନଗିରି, ହେମନ୍ତ ସାହୁ ଏମ ରାମପୁର, ଗିରି ଛତ୍ରିଆ ଘର ଗଟାଙ୍ଗି।ଏହି ତିନିଜଣଙ୍ଖ ଠାେୁ ଗୋଟିଏ ଦେଶି ବନ୍ଧୁକ, ଭୁଜାଲି ଜବତ କରାଯାଇଛି।ବାଲିଗୁଡା ଥାନା ଏସଆଇ ଦିପକ ରାଉତ ତଦନ୍ତ କରିବା ପରେ ଗିରଫ ତିନି ଜଣଙ୍କୁ କେଶ ନମ୍ବର ୧୪୬/୧୯ରେ ମାମଲା ଡକାୟତି ଓ ଅନ୍ୟ ଦଫାରୁଜୁ କରି କୋର୍ଟ ଚାଲଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.