Home ଅପରାଧ ଡକାୟତି ଉଦ୍ୟମ ପଣ୍ଡ, ୫ ଡକାୟତଙ୍କୁ କାବୁ କଲା ପୁଲିସ

ଡକାୟତି ଉଦ୍ୟମ ପଣ୍ଡ, ୫ ଡକାୟତଙ୍କୁ କାବୁ କଲା ପୁଲିସ

622

ଯାଜପୁର୧୫ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ପୁଲିସ ୫ ଜଣଙ୍କ ଡକାୟତଙ୍କୁ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ବେଳେ ଗିରଫ କରିବା ସହ ସେମାନଙ୍କ ନାମରେ ଏକ ମାମଲା୫୮/୨୦ ରୁଜ୍ଜୁ କରାଯିବା ସହ ଦଫା ୩୯୯/୪୦୨ ଆଇପିସି, ୨୫ ଆର୍ମ ଆକ୍ଟ, ୯ ବି ଏକ୍ସପ୍ଲୋସିଭ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଫଳରେ ଏକ ବଡଧରଣର ଡକାୟତିରୁ ମୁକ୍ତି ମଳିଛି । କୋର୍ଟ ଚାଲାଣ ଅଭିଯୁକ୍ତମାନେ ହେଲେ କୋରାଇ ଥାନା ଅନ୍ତର୍ଗତ କନ୍ତୋର ପଂଚାୟତର ପୂର୍ବକୋଟ ତେଳଙ୍ଗା ବସ୍ତିର କଳେଶରାଓ ଦାସଙ୍କ ପୁଅ ମୁରଲୀ(୩୦), ମାଇକେଲ ଚନ୍ଦ୍ରଙ୍କ ପୁଅ ମାଇକେଲ ଜଗନ୍ନାଥ (୩୦), ମାଇକେଲ ନାଗେଶ୍ୱର ରାଓଙ୍କ ପୁଅ ମାଇକେଲ ଗରପତି(୩୨) କାଚରାସାହି ପଂଚାୟତ ଅନ୍ତର୍ଗତ ସହଗାଁ ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ପୁଅ ସାମନ୍ତ(୪୨) ବୋଲି ପୁଲିସ ସୂଚନା ଦେଇଛି । କନ୍ତୋର ପଡିଆର ଏକ ଭଙ୍ଗା ଘରେ ଏମାନେ ଡକାୟତି କରିବା ପାଇଁ ପ୍ରସ୍ତୁତ କରୁଥିଲେ । ପୁଲିସ ଖବର ପାଇ ଥାନାଧିକାରୀ ରଣଜିତ ମହାନ୍ତିଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇ ଅଭିଯୁକ୍ତ ମାନଙ୍କୁ କାବୁ କରିବାସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ବମ ଜବତ କରିଥିଲା । ଏହି ଚଢାଉରେ ଏଏସଆଇ ମଦନ ମଲିକ, ଜୟୀରାମ ପଣ୍ଡା, ରତିକାନ୍ତ ରାୟ, ବିନୋଦ ପ୍ରଧାନ, ରାଜୁ ପ୍ରଧାନ, ମାଣିକ କୁନକେଲ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.