Home କେନ୍ଦୁଝର ଡଅଁର ୨ଟି ସ୍କୁଲରେ ୧୪ଜଣଙ୍କୁ ସଂଗରୋଧରେ ରଖିଲେ ସରପଞ୍ଚ

ଡଅଁର ୨ଟି ସ୍କୁଲରେ ୧୪ଜଣଙ୍କୁ ସଂଗରୋଧରେ ରଖିଲେ ସରପଞ୍ଚ

342

ହାଟଡ଼ିହି, ୨୦ । ୪ : ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ବାହାରୁ ଆସିଥିବା ୧୪ଜଣଙ୍କୁ ଦୁଇଟି ସ୍କୁଲରେ ସଂଗରୋଧରେ ରଖାଇଛନ୍ତି ସରପଞ୍ଚ ହିସି ହେମ୍ରମ । ପଞ୍ଚାୟତରେ ୫୦ଶଯ୍ୟା ବିଶିଷ୍ଟ ଆଇସୋଲେଟେଡ ସେଣ୍ଟର କରାଯାଇଥିଲେବି ସେଠାରେ ସନ୍ଦିଗ୍ଧ ମାନଙ୍କୁ ରଖାଯିବାକୁ କୁହାଯାଇଛି । ତେଣୁ ଏବେ ରାଜ୍ୟ ତଥା ବାହାରୁ ଆସୁଥିବା ଲୋକମାନଙ୍କୁ ଅଲଗା ହୋମକ୍ୱାରେଣ୍ଟାଇନରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରିସ୍ଥଳେ କିଛି ଲୋକମାନଙ୍କର ସ୍ୱତନ୍ତ୍ର ଘର ନଥିବାରୁ ସରପଞ୍ଚ ହିସି ହେମ୍ରମ ଡଅଁର ସ୍କୁଲରେ ୧୦ଶଯ୍ୟା, ସରଳା ସ୍କୁଲରେ ୧୨ଶଯ୍ୟା ଓ ଚଷାଖଣ୍ଡ ସ୍କୁଲରେ ୧୦ଶଯ୍ୟା ବିଶିଷ୍ଟ ସଂଗରୋଧ କେନ୍ଦ୍ର ଖୋଲି ବାହାରୁ ଆସୁଥିବା ଲୋକ ମାନଙ୍କୁ ସଂଗରୋଧରେ ୧୪ଦିନ ପର୍ଯ୍ୟନ୍ତ ରଖାଇବା ସହିତ ଦୁଇଓଳି ରନ୍ଧାଖାଦ୍ୟ ଓ ସକାଳେ ଜଳଖିଆର ବ୍ୟବସ୍ଥା କରାଉଛନ୍ତି । ସରଳା ଗ୍ରାମର କିଛି ଲୋକ ବାହାରକୁ କାମ କରିବାକୁ ଯାଇଥିବାବେଳେ ୧୦ଜଣ ଲୋକ ଗତ ୪ଦିନ ତଳେ ଘରକୁ ଫେରି ଆସିଛନ୍ତି । ଗାଁ ଲୋକେ ସେମାନଙ୍କୁ ଘରକୁ ଯିବାକୁ ବାରଣ କରିବା ସହିତ ସଙ୍ଗରୋଧରେ ରହିବାକୁ କହିବାରୁ ସରପଞ୍ଚ ସେମାନଙ୍କୁ ସରଳା ସ୍କୁଲରେ ରଖାଇଛନ୍ତି । ସରପଞ୍ଚ ହିସି ହେମ୍ରମ ଓ ତାଙ୍କ ପ୍ରତିନିଧି ମଦନ ସାନ୍ତାଳ ପ୍ରମୁଖ ସମସ୍ତ ବ୍ୟବସ୍ଥାକୁ ନିଜେ ତଦାରଖ କରୁଛନ୍ତି । ସେହିପରି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ଘଣ୍ଟିଆ ବିଜୁଳି ସାଙ୍ଗକୁ ପାନୀୟଜଳ, ଶୌଚାଳୟ, ସାନିଟାଣିଜେସନର ସମସ୍ତପ୍ରକାର ବ୍ୟବସ୍ଥା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.