Home ଜିଲ୍ଲା ପରିକ୍ରମା ଡଃ ରବିନ୍ଦ୍ର କୁମାର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ଡଃ ରବିନ୍ଦ୍ର କୁମାର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

6

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ସାବରଙ୍ଗ ଭଳି ଏକ ଅଖ୍ୟାତ ପଲ୍ଲୀରୁ ସୁଦୂର ଦିଲ୍ଲୀ ପର୍ଯ୍ୟନ୍ତ ଯିଏ ନିଜର ନିଷ୍ଠା ଉଦ୍ୟମ ପ୍ରଜ୍ଞା ବଳରେ ସବୁରି ମହଲରେ ପରିଚିତ ଥାଇ ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ ଚାକିରୀ ଜୀବନ ଆରମ୍ଭ କରି ଆଇଏଏସ୍‌ରେ ଅବସର ନେଇଥିଲେ । ସେଭଳି ଜଣେ ସର୍ବଗୁଣ ସଂପନ୍ନ କବି ଡଃ ରବିନ୍ଦ୍ର କୁମାର ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଖୀ (ୱାନ୍ ଷ୍ଟପ୍ ସେଂଟର)ର ସଭାଗୃହରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଫେଲୋସିପ୍ ସ୍ୱେଚ୍ଛାସେବୀ ସଂଗଠନର ସଂପାଦକ ଫାରୁକ ଭାଇ, ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ଭଦ୍ରକ ସାହିତ୍ୟ ପରିଷଦର ସଭାପତି ପ୍ରଫେସର ଡ. ରାଧାରାଣୀ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପ୍ରଫେସର ଅଟଳ ବିହାରୀ ନାୟକ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଇନ୍‌ଜୀବୀ ଗିରିଧାରୀ ନାଥ, ପାଳିଆର ପୂର୍ବତନ ସରପଂଚ ସାହିତ୍ୟିକ ବସନ୍ତ କୁମାର ନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଲଲାଟେନ୍ଦୁ ମହାନ୍ତି ସଭାର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିବାବେଳେ ଫାରୁକ ଭାଇ ତାଙକ୍ ସହପାଠୀ ସ୍ୱର୍ଗତଃ ମହାପାତ୍ରଙ୍କ ବାଲ୍ୟ ଜୀବନର ଅବସର ଜୀବନାଦର୍ଶ ଉପରେ ବିଶଦ ବର୍ଣ୍ଣନା କରିଥିଲେ । ଡଃ ରାଧାରାଣୀ ମହାପାତ୍ର ସ୍ୱର୍ଗତଃ ମହାପାତ୍ରଙ୍କ ପାରିବାରିକ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିକ୍ଷକ ନେତ୍ରୀ ସୁରଜିତା ନାୟକ ଓ ଚାରୁଲତା ମହାପାତ୍ର ଦିବଂଗତ ଆତ୍ମାଙ୍କ ସହିତ ତାଙ୍କର ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ବକ୍ତା ଇନ୍ଦ୍ରମଣି ବାବୁ ଡଃ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ପରେ ସଖୀର ପରିଚାଳିକା ପୁଷ୍ପାରାଣୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ସଖୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.