Home ଜିଲ୍ଲା ପରିକ୍ରମା ଠିକା ଭିତ୍ତିରେ କାର୍ଯ୍ୟ କରିବାକୁ ସଫେଇ କର୍ମଚାରୀଙ୍କ ବିରୋଧ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଠିକା ଭିତ୍ତିରେ କାର୍ଯ୍ୟ କରିବାକୁ ସଫେଇ କର୍ମଚାରୀଙ୍କ ବିରୋଧ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

80

ବଲାଙ୍ଗୀର, ୨୫-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହର ୧୫ ଟି ଓ୍ଵାର୍ଡକୁ ନେଇ ଗଠିତ, ସହରର ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ଶହେରୁ ଉର୍ଦ୍ଧ୍ବ ଲୋକ ପୌରପରିଷଦ ତରଫରୁ ନିୟୋଜିତ ହୋଇଥିଲେ। ପୌର ନିର୍ବାହୀ ଅଧିକାରୀ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଗତ ପାଞ୍ଚ ଦିନ ତଳେ ଅଫିସକୁ ସମସ୍ତ କର୍ମଚାରୀଙ୍କୁ ଡାକି ଠିକାରେ କାମ କଲେ କ’ଣ କ’ଣ ସୁବିଧା ପାଇବେ ସେ ବିଷୟରେ କହିଥିଲେ ଏବଂ ଠିକାରେ କାମ କରିବାକୁ କହିବାରୁ ସମସ୍ତ ସଫେଇ କର୍ମଚାରୀ ମନାକରିଦେଇ ଆଜିକୁ ୧୦ ଦିନ ହେବ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଦେଇଛନ୍ତି। କାର୍ଯ୍ୟ ବନ୍ଦ କଲାପରେ ବ୍ରହ୍ମପୁରରୁ ୧୮ ଜଣ ସଫେଇ କର୍ମଚାରଙ୍କୁ ଆଣିବା ଖବର ପାଇ ସମସ୍ତ ସଫେଇ କର୍ମଚାରୀମାନେ ଏହାକୁ ବିରୋଧ କରି ଧାରଣାରେ ବସିଥିଲେ। ତାପରେ ନିର୍ବାହୀ ଅଧିକାରୀ ସେଦିନ ଦୁଇ, ଦୁଇ ଥର ସେମାନଙ୍କ ସହ କଥା ହେବାପରେ ବି ସମାଧାନ ହୋଇପାରିନାହିଁ, ସକାଳ ୬ ଟାରୁ ରାତି ୮ଟା ଯାଏଁ ଧାରଣାରେ ବସୁଛନ୍ତି, ଆଜି ପଞ୍ଚମ ଦିନରେ ଏହି ଧାରଣା ପହଞ୍ଚିଛି। ସଫେଇ କର୍ମଚାରୀମାନେ ଠିକା ସଂସ୍ଥା ତଥା ଠିକାରେ କାମ କରିବୁନି, ଦୀର୍ଘ ୧୦/୧୫ ବର୍ଷ ଧରି ଯେମିତି କାମ କରୁଥିଲେ, ସେମିତି ହିଁ କାମ କରିବୁ ବୋଲି ଜିଦ୍ ଧରି ବସିଛନ୍ତି। ଅନ୍ୟ ପଟେ ସ୍ଥାୟୀ ନ ଜଣ କର୍ମଚାରୀଙ୍କୁ ନେଇ ପୌରପରିଷଦ ତରଫରୁ ଯେତେ ସମ୍ଭବ ସେତିକି ସଫେଇ କାର୍ଯ୍ୟ କରୁଛନ୍ତି, ଯଦ୍ୱାରା ସହର ର ପରିମଳ ବ୍ୟବସ୍ଥା ନ କହିବା ଭଲ। ବିଭିନ୍ନ ଓ୍ଵାର୍ଡ ଭିତରେ ମଇଳା ଥିବା ସ୍ଥାନ ଭର୍ତ୍ତି ହୋଇ ରାସ୍ତା ଉପରକୁ ମାଡି ଆସୁଛି। ସଫାସୁତୁରାକୁ ଗୁରୁତ୍ୱ ଦେବା ସହ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ଏହା ଭଲ ହେବ ବୋଲି ନିର୍ଵାହି ଅଧିକାରୀ ଶ୍ରୀ ଉପାଧ୍ୟାୟ କହୁଥିବା ବେଳେ ସଫେଇ କର୍ମଚାରୀମାନେ ଠିକା କୁ ହିଁ ବିରୋଧ କରୁଛନ୍ତି। ଏପରିକି ପି ସି କାରବାର କରି ରାଜ୍ୟ ବାହାର ର ଏକ ଠିକା ସଂସ୍ଥା ସହ ଭିତିରିଆ ସଲା, ସୁତୁରା ନୀତି କରି ବାହାର କର୍ମଚାରୀଙ୍କୁ ନିୟୋଜିତ କରିବା ପରି ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ନ ହେବା ଯାଏଁ ଟିଟିଲାଗଡର ଜନସାଧାରଣ ଏହି ଅସୁବିଧାର ସମ୍ମୁଖିନ ହେବେ। କରୋନା ସଂକ୍ରମଣ ବଢୁଥିବା ସମୟରେ ଏ ପ୍ରକାର ସ୍ଥିତି ଜନସାଧାରଣଙ୍କ ପାଇଁ କେତେ ଦୂର ଯୁକ୍ତି, ଯୁକ୍ତ ତାହା ସମୟ କହିବ। ତେବେ କୋଭିଡ-୧୯ ନିୟମ ଅନୁଯାୟୀ କୌଣସି କର୍ମଚାରୀଙ୍କୁ କାର୍ଯ୍ୟ ରୁ ଅନ୍ତର ଅବା ଦରମା ବନ୍ଦ କରାଯାଇ ପାରିବ ନାହିଁ ବୋଲି ଯୁକ୍ତି କରାଯାଇଛି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ। ସରକାର ଯଥା ଶୀଘ୍ର ଏ ଦିଗରେ ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.