Home ଓଡ଼ିଶା ଠିକା ନିଯୁକ୍ତି ଉଛେଦ ଦାବିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସ୍ତୁତି

ଠିକା ନିଯୁକ୍ତି ଉଛେଦ ଦାବିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସ୍ତୁତି

40

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ସମସ୍ତ ବର୍ଗର କର୍ମଚାରୀଙ୍କ ଠିକା ନିଯୁକ୍ତି ନିୟମ ଉଛେଦ କରି ଠିକାରେ ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କୁ ଉକ୍ତ ନିୟମରୁ ଦୂରେଇ ରଖିଥିବାରୁ ରାଜ୍ୟରେ କାର୍ଯ୍ୟରତ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ ଅସନ୍ତୁଷ୍ଟ ହୋଇଛନ୍ତି। ଏହାର ପ୍ରତିବାଦରେ ଆଜି କର୍ମଚାରୀ ଭବନ ଭଦ୍ରକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଭଦ୍ରକ ଶାଖାର ସଭାପତି ବାବୁଲା ରାଉତଙ୍କ ପୌରହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର ଯୋଗଦେଇ କ୍ଷୋଭ ପ୍ରକାଶ କରିବା ସହ ସରକାର ତୁରନ୍ତ ରାଜ୍ୟରେ ଠିକା ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଠିକା ନିଯୁକ୍ତି ବାତିଲ କରି ସେମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦେବାକୁ ଦାବି କରିଛନ୍ତି। ଶିକ୍ଷକମାନଙ୍କ ୪ବର୍ଷ ଓ ୬ବର୍ଷର ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା କରି ୬ଟି ବାର୍ଷିକ ଇନକ୍ରିମେଣ୍ଟ କରିବାକୁ ପ୍ରଦାନ କରିବାକୁ ଦାବି କରିଥିଲେ।

ସେ ପ୍ରକାଶ କରିଥିଲେଯେ ସରକାରଙ୍କୁ ରାଜ୍ୟ ସଂଘ ପକ୍ଷରୁ ଏଥି ନିମିତ ୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ଓ ସଂଘ ପକ୍ଷରୁ ସରକାରଙ୍କୁ ଆଲୋଚନା ପାଇଁ ସମୟ ମଗାଯାଇଛି। ସରକାର ତୁରନ୍ତ ରାଜ୍ୟ ସଂଘ ସହିତ ଆଲୋଚନା କରି ଦାବି ପୂରଣ କରନ୍ତୁ ନଚେତ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାଇ ଦେଇଛନ୍ତି। ସଂଘ ପକ୍ଷରୁ ଜିଲ୍ଲା ସଂପାଦକ ମନୋରଂଜନ ନାୟକ ପ୍ରକାଶ କରିଥିଲେଯେ, ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଜିଲ୍ଲାସ୍ତରରେ ଏକ ଷ୍ଟୟରିଂ କମିଟି ଗଠନ କରି ବ୍ଳକସ୍ତରରୁ ଶିକ୍ଷକମାନଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ଓ ଏହା ଖୂୁବଶୀଘ୍ର ସରିବ ବୋଲି କହିଥିଲେ। ଉକ୍ତ ବୈଠକରେ ଜିଲ୍ଲା ସଂଘର ସହ ସଂପାଦକ ରୂପେଶ ସାହୁ, ସଂଗଠନ ସଂପାଦକ ସମୀର ଜେନା, ପ୍ରାକ୍ତନ ସଭାପତି ଭାସ୍କର ପାଢ଼ୀ, ସୁରେନ୍ଦ୍ର ମଲ୍ଲିକ, ମାୟାଧର ସାହୁ, ରମାକାନ୍ତ ଦାସ, ଧର୍ମେନ୍ଦ୍ର ଜେନା, ଅରୁଣ ମଲ୍ଲିକ, ରାଜେଶ ଦାସ, ଇର୍ଷଦ ଅହମ୍ମଦ, ବ୍ୟୋମକେଶ ପରିଡ଼ା, ରଂଜିତା ମହାପାତ୍ର, ସେକ ଜାଭିର, ଶ୍ରୀନାଥ ମଲ୍ଲିକ, ପ୍ରମୋଦ ମହାପାତ୍ର, ମାନସ ପାଢ଼ୀ, ଅଶୋକ ନାୟକ, ଗୌରୀ ଶତପଥୀ, ସେକ କରିମ, ଅବଦୁଲ ରକ୍‌, ପ୍ରଶାନ୍ତ ମହଲା, ଜୟଦେବ ସେନାପତି, ଭାବଗ୍ରାହୀ ଖୁଣ୍ଟିଆ, ସନ୍ତୋଷ ଲେଙ୍କା, ରଂଜନ ମହାନ୍ତି, ସବିର ସିଂ, ସ୍ନେହ ରଂଜନ ମାଝୀ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସରକାର ତୁରନ୍ତ ଏହି ଦାବି ମାନି ନେବାକୁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.