Home କୋରାପୁଟ ଠିକାଦାର ସଂଘ ଗଠିତ : ଘେନୁ ସଭାପତି ଓ ଅଶୋକ ସମ୍ପାଦକ ଭାବେ ମନୋନୀତ

ଠିକାଦାର ସଂଘ ଗଠିତ : ଘେନୁ ସଭାପତି ଓ ଅଶୋକ ସମ୍ପାଦକ ଭାବେ ମନୋନୀତ

86

କୋରାପୁଟ ୧୬-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ସେମିଲିଗୁଡା ସ୍ଥିତ ଦେଉଳପାଡିଆ କମ୍ପ୍ଲେକ୍ସରେ ଆୟୋଜିତ ଏକ ବୈଠକରେ ଲାଇସେନ୍ସ ପ୍ରାପ୍ତ ଠିକାଦାର ମାନଙ୍କୁ ନେଇ ଏକ ନୂତନ ସଂଘ ଗଠିତ ହୋଇଛି। ସେମିଲିଗୁଡା, ପଟ୍ଟାଙ୍ଗି, ନନ୍ଦପୁର ବ୍ଲକ୍ ସମେତ ସୁନାବେଡା ଓ କୋରାପୁଟ ପୌରାଂଚଳର ଲାଇସେନ୍ସ ପ୍ରାପ୍ତ ଠିକାଦାର ସଂଘର ସଦସ୍ୟ ରହିଥିବାବେଳେ ସଂଘର ନାମ ସର୍ବସମ୍ମତି କ୍ରମେ ଅଗ୍ନି ଗାଙ୍ଗା ମାଂ ଠିକାଦାର୍ ସଂଘ ବୋଲି ନାମିତ କରା ଯାଇଛି। ବୈଠକରେ ଘେନୁ ଦେଉଳପାଡିଆଙ୍କୁ ସଭାପତି ଓ ଅଶୋକ କୁମାର ପ୍ରଧାନଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଥିବା ବେଳେ କବି ଗେମେଲ ଉପ-ସଭାପତି, ପ୍ରଫୁଲ ଖୀଲ ସହ-ସମ୍ପାଦକ, ଶିବା ବାଙ୍ଗାରୀ କୋଷାଧ୍ୟକ୍ଷ ଏବଂ ମଦନ ମୋହନ ମୁଠେଇଙ୍କୁ ସହ-କୋଷାଧ୍ୟକ୍ଷ ଭାବେ ବୈଠକରେ ଚୟନ କରା ଯାଇଛି। ସେହିପରି ବୁଲୁ ଆଚାର୍ଯ୍ୟ, ଅର୍ଜୁନ ବାଙ୍କା ଓ ଅଜୟ ସାହୁ ସଂଘର ଉପଦେଷ୍ଟା ରହିଥିବାବେଳେ ସନ୍ତୋଷ କୁମାର ଶତପଥି, ଭବାନୀ ଖରା, ଗଂଗାଧର ଖୀଲ, କାମେଶ୍ୱର ନାୟକ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ସଦସ୍ୟ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.