Home ଜିଲ୍ଲା ପରିକ୍ରମା ଠିକାଦାର ଓ ସରପଂଚଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ନିମ୍ନମାନର କାର୍ଯ୍ୟ, ହରିଲୁଟ ହେଉଛି ସରକାରୀ ଅର୍ଥ

ଠିକାଦାର ଓ ସରପଂଚଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ନିମ୍ନମାନର କାର୍ଯ୍ୟ, ହରିଲୁଟ ହେଉଛି ସରକାରୀ ଅର୍ଥ

2

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଧୀନରେ ଥିବା କଲେଇ ପଂଚାୟତ ଅନ୍ତର୍ଗତ ଚୁନିଦା ବଜାରରେ ହେଉଥିବା କଲଭର୍ଟ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଥିବା ବେଳେ ସ୍ଥାନୀୟ ସରପଂଚ ନିରଞ୍ଜନ ମଲ୍ଲିକ ଏହି ନିମ୍ନମାନର କାର୍ଯ୍ୟକୁ ସର୍ବସମ୍ମୁଖରେ ସମର୍ଥନ କରୁଛନ୍ତି। ସୂଚନା ଅନୁସାରେ ଚୁଡାକୁଟିରୁ ସାତଭଉଣୀ ଦେଇ ଭଦ୍ରକ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୈନନ୍ଦିନ ହଜାର ହଜାର ଗାଡ଼ି ମୋଟର ଯାତାୟାତ କରୁଛି। ଉକ୍ତ ରାସ୍ତାର ଅବସ୍ଥା କିଛି ବର୍ଷ ତଳେ ଶୋଚନୀୟ ଥିଲା। ପୂର୍ବ ସରକାର ସମୟରେ ଭଦ୍ରକର ପୂର୍ବତନ ବିଧାୟକ ତଥା ବର୍ତମାନର ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ପ୍ରଚେଷ୍ଟାରେ ଉକ୍ତ ରାସ୍ତାର ନବକଳେବର ହୋଇଥିଲା। ସାତଭଉଣୀ ଠାରୁ ନଟବଜାର ପର୍ଯ୍ୟନ୍ତ ଜଣେ ଠିକାଦାର କାର୍ଯ୍ୟ କରୁଥିବା ବେଳେ ନଟବଜାର ରୁ ଚୁଡାକୁଟି ଦେଇ ଧାମନଗର ପର୍ଯ୍ୟନ୍ତ ଆଉ ଜଣେ ଠିକାଦାର କାର୍ଯ୍ୟ କରୁଥିଲା। ତେବେ ନଟବଜାର ଠାରୁ ଧାମନଗର ପର୍ଯ୍ୟନ୍ତ ରାସ୍ତାଟି ଯେଉଁ ଠିକାଦାର କାର୍ଯ୍ୟ କରିଥିଲେ ସେ ଅତି ସୁନ୍ଦର ଭାବେ କାର୍ଯ୍ୟ କରି ରାଷ୍ଟ୍ରପତି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲା। କିନ୍ତୁ ସାତଭଉଣୀ ରୁ ନଟବଜାର କାର୍ଯ୍ୟ ଏପର୍ଯ୍ୟନ୍ତ ସରି ପାରିଲା ନାହିଁ। ପଥଚାରୀଙ୍କ ଅଭିଯୋଗ ଅନୁସାରେ ଚୁନିଦା ଠାରେ ହେଉଥିବା କଲଭର୍ଟ କାର୍ଯ୍ୟ ଅତି ନିମ୍ନମାନର ହେଉଛି। ମୁଖ୍ୟ ରାସ୍ତାକୁ ଖୋଳି କାର୍ଯ୍ୟ କରାଯାଉଛି କିନ୍ତୁ ସର୍ଭିସ ରୋଡ଼ କେବଳ ଖୋଳା ମାଟି ପକାଇ ଏଣୁତେଣୁ ଭାବେ କରାଯାଇଛି। ଉକ୍ତ ସର୍ଭିସ ରୋଡ଼ରେ କେବଳ ଗୋଟିଏ ବାଇକ ଛଡ଼ା ଅନ୍ୟ ଗାଡି ଯାଇପାରୁନାହିଁ। ଏ ନେଇ ସ୍ଥାନୀୟ ଲୋକ ଠିକାଦାରଙ୍କୁ ଜଣାଇଲା ପରେ ମଧ୍ୟ ଠିକାଦାର ସିଧାସଳଖ କହୁଛନ୍ତି ମନ୍ତ୍ରୀଙ୍କ ପାଖଲୋକ ମୁଁ। ଅଳ୍ପ ଟଙ୍କାର କାମ ପନ୍ଦର ପରସେଂଟ ଲେସ ରେ କାମ କରୁଛି। ମୋ ଇଚ୍ଛାରେ କାମ କରିବି, ତୁମେ ମୋର କିଛି କରି ପାରିବ ନାହିଁ ବୋଲି ଧମକ ଦେଉଛନ୍ତି।ଏହି କଥା ଶୁଣିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସ୍ଥାନୀୟ ସରପଂଚ ନିରଞ୍ଜନ ମଲ୍ଲିକଙ୍କୁ ଭେଟି ପଚାରିବାରୁ ସରପଂଚ କାମ ଠିକ ହେଉଛି ବୋଲି କହିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିକ୍ରିୟାରେ ବିଭିନ୍ନ ଅବହେଳା ନେଇ ପ୍ରଶ୍ନ କରିବାରୁ ସରପଂଚ ସମସ୍ତ ନିମ୍ନମାନର କାର୍ଯ୍ୟ କୁ ସ୍ୱୀକାର କରିଛନ୍ତି।ପରେ ଠିକାଦାରଙ୍କ ସହିତ ଯୋଗାଯୋଗ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଚେଷ୍ଟା କରିଥିଲେ କିନ୍ତୁ ଠିକାଦାର ଫୋନ୍ ଉଠାଇନଥିଲେ। ତେବେ ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ସରପଂଚ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରି ଉଭୟ ସରପଂଚ ଓ ଠିକାଦାର ସରକାରୀ ଅର୍ଥ କୁ ହରିଲୁଟ କରୁଛନ୍ତି।ବହୁ ଦୁଃଖର କଥା କାର୍ଯ୍ୟ ତଦାରଖ କରିବାକୁ ବିଭାଗୀୟ ଅଧିକାରୀ ଆସୁନାହାନ୍ତି।ଡବଲ ଇଞ୍ଜିନ ସରକାର ବିକାଶର କଥା କହୁଥିବା ବେଳେ ଭଦ୍ରକରେ ମନ୍ତ୍ରୀଙ୍କ ନିଜ ଲୋକର ପରିଚୟ ଦେଇ ଠିକାଦାର ଲୁଟୁଛନ୍ତି ସରକାରୀ ଅର୍ଥ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.