Home କେନ୍ଦୁଝର ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର

ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର

101

ହାଟଡିହି-୩୦/୫, ଆନନ୍ଦପୁର-ଭଦ୍ରକ ରାସ୍ତାର ଛେନାପଦି ଛକ ପେଟ୍ରୋଲ ପମ୍ପ ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଫକିରପୁର ଗ୍ରାମର ଦେବେନ୍ଦ୍ର ଦାସ (୪୦) ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକରେ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇତବଲା । ଫଳରେ ଦେବେନ୍ଦ୍ରଙ୍କ ଗୋଟିଏ ଗୋଡ ୪ଖଣ୍ଡ ହୋଇଯାଇଥିଲା । ରକ୍ତ ଯୁଡୁବୁଡ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ହାଟଡିହି ଦମକଳ ସହାୟତାରେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.