Home ଜିଲ୍ଲା ପରିକ୍ରମା ଟ୍ରେନ୍‌ରୁ ଗଳିପଡି ଅପରିଚିତ ଯୁବକର ମୃତ୍ୟୁ

ଟ୍ରେନ୍‌ରୁ ଗଳିପଡି ଅପରିଚିତ ଯୁବକର ମୃତ୍ୟୁ

23

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳବାଇ ପୁଲିସ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଟ୍ରେନ୍‌ରୁ ଗଳିପଡି ଜଣେ ଅପରିଚିତ ଯୁବକର ଆଜି ମୃତ୍ୟୁ ହୋଇଛି। ତେବେ ମୃତକଙ୍କର ପରିଚୟ ମିଳିପାରିନଥିବାରୁ ଭଦ୍ରକ ରେଳବାଇ ପୁଲିସ୍‌ର ଏଏସ୍‌ଆଇ ଅସଲାମ ଖାନଙ୍କ ମୋବାଇଲ୍ ୍ ନମ୍ବର ୯୮୬୧୭୩୨୨୬୧ ଓ ଭଦ୍ରକ ରେଳବାଇ ଥାନାର ଓଆଇସିଙ୍କର ମୋବାଇଲ୍ ନଂ ୭୦୦୮୧୫୪୦୧୮ ରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ ଆଜି ଦିନ ୧୦ ଟା ସମୟରେ ୪୫ ବର୍ଷିୟ ଜଣେ ଯୁବକର ମୃତଦେହ ଡାଉନ୍ ଏବଂ ଅଫଲାଇନ୍ ରେଲ୍‌ୱେ ଟ୍ରାକ୍ କିମି ନଂ ୩୦୦/୨୪-୨୬ ଦକ୍ଷିଣ ପାଶ୍ୱର୍ ସିଗ୍‌ନାଲ ରାନ୍ଦିଆ-ବାଉଦପୁର ରେଲ୍‌ୱେ ଷ୍ଟେସନ ନିକଟରେ ପଡିଥିବାର ସୂଚନା ମିଳିଥିଲା। ଖବର ପାଇ ଭଦ୍ରକ ରେଳବାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ ଏଏସ୍‌ଆଇ ଅସଲାମ ଖାନ ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିବାବେଳେ ୟୁଡି କେଶ୍ ନଂ ୨୭/୨୫ ମୂଳେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି। ତେବେ ମୃତକଙ୍କ ପକେଟରୁ ଜୟ ମାତାଦି ବସ୍ ଟିକେଟ୍ ମିଳିଥିବାବେଳେ କଲିକତାରୁ ପାଣିକୋଇଲି ପର୍ଯ୍ୟନ୍ତ ୧୬ ତାରିଖ ଦିନ ସେ ଯାତ୍ରା କରିଥିବାର ଜଣାପଡିଛି। ଆଜି ଯାଜପୁର କେଉଁଝର ରୋଡ୍ ଠାରୁ ହାଓଡା ପର୍ଯ୍ୟନ୍ତ ଏକ ଟ୍ରେନ୍ ଟିକେଟ୍ ତାଙ୍କ ପକେଟ୍‌ରୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.