Home ଜିଲ୍ଲା ପରିକ୍ରମା ଟ୍ରେନରେ ସନ୍ତାନ ଜନ୍ମ କରିଥିବା ମହିଳା ଓ ପରିବାରକୁ ସୁରକ୍ଷିତ ଭାବେ ଛତିଶଗଡ଼ ରାଜ୍ୟ ପ୍ରେରଣ...

ଟ୍ରେନରେ ସନ୍ତାନ ଜନ୍ମ କରିଥିବା ମହିଳା ଓ ପରିବାରକୁ ସୁରକ୍ଷିତ ଭାବେ ଛତିଶଗଡ଼ ରାଜ୍ୟ ପ୍ରେରଣ କଲା ପ୍ରଶାସନ

142

ବଲାଙ୍ଗୀର ୨୭-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଏକ ଶ୍ରମିକ ସ୍ପେଶାଲ ସ୍ୱତନ୍ତ୍ର ଟ୍ରେନରେ ତେଲେଙ୍ଗାନାର କାଜିପେଟାରୁ ଆସୁଥିବା ଜଣେ ପ୍ରବାସୀ ଗର୍ଭବତୀ ମହିଳା ରବିବାର ଦିନ ଟିଟିଲାଗଡ଼ ରେଳ ଷ୍ଟେସନରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିଲେ। ଏ ନେଇ ପ୍ରାୟ ଦେଢ ଘଣ୍ଟା ଧରି ଟ୍ରେନ ଅଟକି ରହିଥିଲା। ପରେ ସ୍ଥାନୀୟ ପ୍ରଶାସନ ତରଫରୁ ରେଳ ଷ୍ଟେସନରୁ ଟିଟିଲାଗଡ଼ ଡାକ୍ତର ଖାନାକୁ ଆଣି ଉକ୍ତ ମହିଳା ଓ ଜନ୍ମିତ ଶିଶୁ କନ୍ୟାକୁ ସ୍ୱତନ୍ତ୍ର ଭାବେ ରଖି ଚିକିତ୍ସା ଆରମ୍ଭ କରାଯାଇଥିଲା। ଉକ୍ତ ମହିଳାଙ୍କ ସ୍ଵାମୀ ମଙ୍ଗଲ ସିଂ ବିଶ୍ୱକର୍ମା, ସ୍ତ୍ରୀ ହେମକାନ୍ତି ବିଶ୍ୱକର୍ମା ଓ ଶିଶୁଙ୍କୁ ଡାକ୍ତରଖାନାରେ ରଖାଯାଇଥିବା ବେଳେ ମଙ୍ଗଲ ଓ ତାଙ୍କ ତିନୋଟି ସନ୍ତାନ ସହ ଅନ୍ୟ ଦୁଇ ଜଣଙ୍କୁ ଟିଟିଲାଗଡ଼ କଲ୍ୟାଣ ମଣ୍ଡପରେ ଖୋଲାଯାଇଥିବା କ୍ୱାରେଣ୍ଟ।ଇନ କେନ୍ଦ୍ରରେ ରଖାଯାଇଥିଲା। ତେବେ ଆଜି ଉକ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଡ଼ଃ ବଳରାମ ସାହୁ କହିଥିବା ବେଳେ ଶିଶୁ କନ୍ୟା ମଧ୍ୟ ଠିକ ଥିବାରୁ ସ୍ଥାନୀୟ ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲାର ଛୁରା ଥାନା ଅନ୍ତର୍ଗତ କଟରପଡାକୁ ପଠେଇ ଦିଆଯାଇଛି। ସେମାନେ ସେଠି ପହଞ୍ଚିଥିଲା ବେଳେ ହୋମ କ୍ୱାରେଣ୍ଟ।ଇନରେ ରଖାଯାଇଥିବା ଜଣାଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଏହା ଦ୍ଵିତୀୟ ସନ୍ତାନ ପ୍ରସବ ଘଟଣା। ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କୁ ଚିକିତ୍ସା ସୁବିଧା ସହ ଛତିଶଗଡ଼କୁ ପଠାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.