ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଭାରତୀୟ ରେଳ ବିଭାଗ ମଧ୍ୟ ଆଗକୁ ଆସିଛି। ଟ୍ରେନକୋଚ୍ ଗୁଡ଼ିକୁ ଏବେ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଉଛି। ପୂର୍ବତଟ ରେଳବାଇ ବର୍ତ୍ତମାନ ୨୬୧ଟି କୋଚକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରୁଛି। ଏହି ୨୬୧ଟି କୋଚ୍ ମଧ୍ୟରୁ ୪୬ଟି କୋଚ୍ ଓଡିଶା ରାଜଧାନୀ ଭୁବନେଶ୍ୱରରେ ରହିଛି। ଏହା ବ୍ୟତୀତ ବିହାରର ପୂର୍ବ ସେଣ୍ଟ୍ରାଲ ରେଲୱେ ଜୋନରେ ଟ୍ରେନ କୋଚରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଯାଉଛି। ସେହିପରି ଅହମ୍ମଦାବାଦ ରେଳ ଡିଭିଜନରେ ୭୦ଟି ରେଳକୋଚକୁ ପୃଥକ ପୃଥକ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି। ଭାରତୀୟ ରେଳ ବିଭାଗ ତରଫରୁ ସମଗ୍ର ଦେଶରେ ଏହିପରି ୫,୦୦୦ ଆଇସୋଲେସନ୍ ୱାର୍ଡ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।
/-ଦେବଦତ୍ତ ରଥ