Home Coronavirus Outbreak ଚରମ ଚେତାବନୀ: ସତର୍କ ରୁହ, ନଚେତ୍ ପରିଣାମ ଭୋଗ ..

ଚରମ ଚେତାବନୀ: ସତର୍କ ରୁହ, ନଚେତ୍ ପରିଣାମ ଭୋଗ ..

302

ଭୁବନେଶ୍ୱର: ସତର୍କ ରୁହ, ନଚେତ୍ ପରିଣାମ ଭୋଗ ..। ଏପରି ଚରମ ଚେତାବନୀ ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ। ବିପିନ ରାୱତ ବିଶ୍ୱାସ କରନ୍ତି ଯେ ଏପ୍ରିଲ ୧୪ ସୁଦ୍ଧା ଭାରତ କୋଭିଡ -୧୯ ଶୃଙ୍ଖଳାକୁ ଭାଙ୍ଗିପାରିବ। ସେ କହିଛନ୍ତି ଯେ ଆମ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ। ନଚେତ୍ ଏହି ମହାମାରୀର ଦୀର୍ଘମିଆଦି ପରିଣାମର ସାମ୍ନା କରିବାକୁ ପଡ଼ିବ। ଜେନେରାଲ ରାୱତ କହିଛନ୍ତି, ‘ଏକ ସାମରିକ କଥା ଅଛି,’ ପ୍ରସ୍ତୁତ ରୁହ କିମ୍ବା ମର’। କିନ୍ତୁ ଏବେ କରୋନା ଭାଇରସ୍ ଆତଙ୍କ ସମୟରେ ଆମେ ଏହାକୁ ‘ପ୍ରସ୍ତୁତ ରୁହ, କିମ୍ବା ପରିଣାମ ଭୋଗ’ ଭାବରେ ପରିବର୍ତ୍ତନ କରିଛୁ। ଆମେ ୧୪ ଏପ୍ରିଲ ପର୍ଯ୍ୟନ୍ତ ଶତପ୍ରତିଶତ ଲକଡାଉନ୍ ଏବଂ ସାମାଜିକ ଦୂରତା ମାଧ୍ୟମରେ ଜୀବାଣୁ ବିସ୍ତାରକୁ ବନ୍ଦ କରିପାରିବା। ଏବେଠୁ ସତର୍କ ନରହିଲେ ଆଗକୁ ଫସଲ ଅମଳ ଋତୁ ପାଖେଇ ଆସୁଥିବାରୁ ଭାରତରେ ସଂକ୍ରମିତ ସଂଖ୍ୟା ବୃଦ୍ଧିକୁ ରୋକି ହେବନି। ସରକାର ଏବଂ ଲୋକଙ୍କ ଦାବି ପୂରଣ ପାଇଁ ସେନା ସଦା ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ଜେନେରାଲ୍ ରାୱତ।

ସେ କହିଛନ୍ତି ଯେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ୧୭/୧୮ଟି ଡାକ୍ତରଖାନାକୁ ପ୍ରସ୍ତୁତ ରଖାଯାଇଛି। ସଶସ୍ତ୍ର ବାହିନୀର ମୋଟ ଶଯ୍ୟା କ୍ଷମତା ୧୫,୦୦୦କୁ ବୃଦ୍ଧି କରାଯାଇଛି। ଜେନେରାଲ ରାୱତ କହିଛନ୍ତି, ଯଦିଓ ଉତ୍ତର-ପୂର୍ବ ଭାରତରେ ଏହି ଜୀବାଣୁ ବିସ୍ତାର କରିନାହିଁ, ତଥାପି ନାଗାଲାଣ୍ଡର ଡିମାପୁର ଏବଂ ଜାଖାମା ପରି ଦୂର ଦୂରାନ୍ତ ସ୍ଥାନ ଗୁଡ଼ିକରେ ମଧ୍ୟ ସେନାର ଡାକ୍ତରଖାନା ପ୍ରସ୍ତୁତ ଅଛି। ସେନା ପକ୍ଷରୁ ପ୍ରତ୍ୟେକ ଅଞ୍ଚଳରେ ଚିକିତ୍ସା, ପରିଚାଳନା ଏବଂ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଦୁଇରୁ ତିନୋଟି ଡାକ୍ତରଖାନା ପ୍ରସ୍ତୁତ ଅଛି। ସିଡିଏସ୍ ରାୱତ କହିଛନ୍ତି ଯେ ସେନା ଏବଂ ଏହାର ଡାକ୍ତରମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ଭାରତରେ କରୋନା ଭାଇରସ୍ ହଟସ୍ପଟ୍! ଏତେ ପରିଶ୍ରମ ବୃଥା ନଯାଉ ..


/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.