Home ଜିଲ୍ଲା ପରିକ୍ରମା ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ୍ୟୁ, ଜଣେ ଗୁରୁତର

ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ୍ୟୁ, ଜଣେ ଗୁରୁତର

21

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ର୍ଦୁଘଟଣା ପରେ ଟ୍ରାକ୍ଟର ଧରି ଚାଳକ ଫେରାର୍ ହୋଇଯାଉଥିବା ବେଳେ ଲୋକେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଧରି ଏକ ବିଦ୍ୟାଳୟରେ ତାଲା ପକାଇ ରଖିଛନ୍ତି । ଅନ୍ୟପକ୍ଷରେ ମାଲିକ ଟ୍ରାକ୍ଟରଟିକୁ କୌଶଳ କ୍ରମେ ଘଟଣା ସ୍ଥଳରୁ ଅନତ୍ର ନେଇଯାଇଛନ୍ତି । ଖବରରୁ ପ୍ରକାଶଯେ ଆଗରପଡ଼ା ଥାନା ଅଧିନ ଧାନଘର ଗ୍ରାମର ପ୍ରମୋଦ କୁମାର ଜେନାଙ୍କ ପୁଅ ଆଦିତ୍ୟ କେଶରୀ ଜେନା(୧୦) ଏବଂ ମାମୁ ଘରେ ରହି ପାଠ ପଢୁଥିବା ସୋର ଅନନ୍ତପୁର ଅଞ୍ଚଳର ଆରତ ପ୍ରାମାଣିକଙ୍କ ପୁଅ କର୍ତ୍ତବ୍ୟ ପ୍ରାମାଣିକ ଦୁହେଁ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢନ୍ତି । ସ୍କୁଲ ଛୁଟି ପରେ ଦୁହେଁ ସାଇକେଲ୍ ଯୋଗେଁ ଘରକୁ ଫେରୁଥିବା ବେଳେ ବନ୍ତ ଆଗରପଡ଼ା ରାସ୍ତାର ଧାନଘର ଛକରେ ଦୃତ ଗତିରେ ଆସି ଏକ ଟ୍ରାକ୍ଟର ନାବାଳକ ଦ୍ୱୟଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ । କର୍ତ୍ତବ୍ୟଙ୍କ ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଏହି ଘଟଣା ପ୍ରଚାରିତ ହେବା ପରେ ସହ ସହ ଲୋକେ ଘଟଣା ସ୍ଥଳରେ ରୁଣ୍ଡିଭୁତ ହୋଇ ଧାନଘର ଠାରେ ବନ୍ତ ଆଗରପଡ଼ା ରାସ୍ତାକୁ ଟାୟାର ଜାଳି ଅବରୋଧ କରିବା ସହ କ୍ଷତି ପୂରଣ ଦାବି କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଏସ୍‌ଡିପିଓ ରମେଶ ସିଂ, ବନ୍ତ ତହସିଲଦାର ଅଙ୍କିତା ବାରିକ, ଥାନାଧିକାରୀ ଅମିତ ଭୂୟାଁ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ ଦାଶ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ବି.ଟି.ପୁର ସରପଞ୍ଚ ପ୍ରତିନିଧି ସପନ ସିଂହ, ପୂର୍ବତନ ସରପଞ୍ଚ ସତ୍ୟବାନ ଦାସ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକ ମାନଙ୍କୁ ବୁଝା ସୁଝା କରୁଛନ୍ତି । ମୃତକ ପରିବାରଙ୍କୁ କ୍ଷତି ପୂରଣ ସହ ର୍ଦୁଘଟଣା ଗ୍ରସ୍ତ ଟ୍ରାକ୍ଟରକୁ ଜବତ ପାଇଁ ଅଡ଼ି ବସିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.