Home କେନ୍ଦୁଝର ଟ୍ରାକ୍ଟର ଚୋରୀ ର‌୍ୟାକେଟର ପର୍ଦ୍ଦାଫାସ, ୬ଗିରଫ

ଟ୍ରାକ୍ଟର ଚୋରୀ ର‌୍ୟାକେଟର ପର୍ଦ୍ଦାଫାସ, ୬ଗିରଫ

140

ହାଟଡ଼ିହି, ୪ /୧୧ : ଆନନ୍ଦପୁର ଉପଖଣ୍ଡ ଘସିପୁରା ପୁଲିସକୁ ମିଳିଛି ଏକ ବଡ ସଫଳତା । ଏକ ଟ୍ରାକ୍ଟର ଚୋରୀ ର‌୍ୟାକେଟର ପର୍ଦ୍ଦାଫାସ କରିବା ସହ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦେଓଗାଁ ଅଞ୍ଚଳର ଏକ ଟ୍ରାକ୍ଟର ଚୋରୀ ଘଟଣାର ତଦନ୍ତ କରୁଥିବା ଘସିପୁରା ଥାନା ଏସ.ଆଇ ବିଶ୍ୱଜିତ ବେହେରା ସନ୍ଦେହଜନକ ଭାବେ ଏକ ଟ୍ରାକ୍ଟର ଇଞ୍ଜିନ ଧରି ଆସୁଥିବା ହାଟଡିହି ଅଞ୍ଚଳର ଜଣେ ଯୁବକକୁ ଧରିବାପରେ ଏହି ର‌୍ୟାକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲେ । ପୁଲିସ ଆନନ୍ଦପୁର, ଘସିପୁରା, ନନ୍ଦିପଦା, ଯଶିପୁର ପ୍ରଭୃତି ସ୍ଥାନରେ ଚଢ଼ାଉ କରିବା ସହ ୩ଟି ଟ୍ରାକ୍ଟର ଓ ଦୁଇଟି ଟ୍ରାକ୍ଟର ଡାଲାକୁ ଜବଦ କରିଛି । ଏହି ଘଟଣାରେ ନନ୍ଦିପଦା ଥାନା ବଡରମ୍ପାସର ଜଗନ୍ନାଥ ଜେନା, ଘସିପୁରା ଥାନା ଦେଓଗାଁର ଗୁରିଆ ମୁଖି, ମୟୁରଭଞ୍ଜ ଯଶିପୁରର କର୍ଣ୍ଣରାମ ମହାନ୍ତ, ନନ୍ଦିପଦା ଥାନା କପୁଣ୍ଡି ଗ୍ରାମର ସୁରେଶ ଯେନା, ସନ୍ତୋଷ ଯେନା ଓ ଘନଶ୍ୟାମ ଯେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.