Home ଅନୁଗୁଳ ଟ୍ରାକ୍ଟର ଓଲଟି ଜଣେ ମୃତ

ଟ୍ରାକ୍ଟର ଓଲଟି ଜଣେ ମୃତ

93

ପାଳଲହଡ଼ା,୯/୭(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ) : ଅନୁଗୋଳ ଜିଲ୍ଲା ପାଳଲହଡା ଖମାର ଗ୍ରାମର ଜନୈକ ବ୍ୟକ୍ତି ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି l ପ୍ରାପ୍ତ ସୂଚନା ଅନୁସାରେ ତାଙ୍କ ନାମ କହ୍ନେ଼ଇ ସେଠୀ (୬୦) ସେ ଓଡ଼ଶ ବେରଣା ସ୍ଥିତ ନିଜ ବିଲରେ ଗତକାଲି ସନ୍ଧ୍ୟା ୬ ଟାରେ ଟ୍ରାକ୍ଟରରେ ଚାଷ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ କାଦୁଅରେ ପୋତି ହୋଇ ଯାଇଥିଲେ। ଖବର ପାଇ ପରିବାର ଓ ଓଡ଼ଶ ଗ୍ରାମର ଲୋକ ଘଟଣାସ୍ଥଳକୁ ଯାଇ ଦେଢ଼ ଘଣ୍ଟା ପରେ କାଦୁଅରେ ତାଙ୍କୁ ଉଦ୍ଧାର କରିଥିଲେ। କାଦୁଅରେ ଉଦ୍ଧାର କରି ତାଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି, ସେ ବିଜେଡ଼ି ମିଡ଼ିଆ ସେଲରେ କାର୍ଯ୍ୟ କରିଥିଲେ ଓ ପୂର୍ବରୁ ଦୁଇ ଥର ସମିତିସଭ୍ୟ ଥିଲେ। ଏହାପୂର୍ବରୁ ସେ ଦୀର୍ଘ ଦିନ କଂଗ୍ରେସ ଦଳ ପାଇଁ କାମ କରି ୨୦୧୨ ବିଜେଡ଼ିରେ ଯୋଗ ଦେଇଥିଲେ। ତାଙ୍କ ବିୟୋଗରେ ଖମାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.