Home କୋରାପୁଟ ଟ୍ରକ ପୋଡ଼ି ଦେଲେ ଦୁର୍ବୃତ୍ତ

ଟ୍ରକ ପୋଡ଼ି ଦେଲେ ଦୁର୍ବୃତ୍ତ

542

କୋରାପୁଟ:୮/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ବାଲଡା ଗ୍ରାମପଞ୍ଚାୟତରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ବାଲଡା ଗ୍ରାମର କମେଶ୍ୱର କାର୍ତ୍ତୃଲଙ୍କ ଦୁଇ ଗୋଟି ବାଲି ବୋଝେଇ ଟିପର ମଧ୍ୟରୁ ଓଡ଼ି 10F5178 ନମ୍ବର ଗାଡ଼ି ନିଜ ସମ୍ପର୍କୀୟ ମାମୁଁ ଘର ନିକଟରେ ଦୈନିକ କାମ ସାରି ଗାଡି ଦ୍ୱୟକୁ ରଖୁଥିବା ବେଳେ ଗତକାଲି ରାତିରେ ଅଜଣା ଦୃବୃତ ଦ୍ୱାରା ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିଲେ। ଏତିକି ବେଳେ ନିଜ ମାଇଁ ଉଠି ପଦାକୁ ବାହାରି ଦେଖିଲା ବେଳକୁ ଦୃବୃତ ମାନେ ଏକ ଦୁଇ ଚକିଆ ଯାନରେ ଘଟଣା ସ୍ଥଳରୁ ବ୍ୟାଙ୍କ ରାସ୍ତା ଦେଇ ରାଇସିଂ ପଳେଇ ଯିବା ପ୍ରତ୍ୟେକ ଦର୍ଶୀ ଦେଖିଥିବା ଜଣାପଡିଛି। ଚିତ୍କାର ଶୁଣି ପଡିଶା ମାମୁଁ ସମ୍ପର୍କୀୟମାନେ ଉଠି ନିଆଁକୁ ପାଣି ବାଲି ଢ଼ାଲି ଲିଭାଇ ଥିଲେ। ପରେ ଖୋଜା ଖୋଜି କରିଥିଲେ ମଧ୍ୟ ରାତ୍ରିରେ କୌଣସି ସନ୍ଧାନ ପାଇ ନ ଥିଲେ। ଏସଂପର୍କରେ ପାଡୁଆଥାନାକୁ ଖବର ଦେବାରୁ ଘଟଣା ସ୍ଥଳରେ ଏଏସଆଇ ଶୁକ୍ରା ମାଡ଼ି ଓ ଥାନା କର୍ମଚାରୀ ପହଁଚି ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡିଛି। ଅତି ଶୀଘ୍ର ଦୃର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ପାଡୁଆ ଏଏସଆଇ ମାଢ଼ି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.