Home ଜିଲ୍ଲା ପରିକ୍ରମା ଟ୍ରକ ଧକ୍କାରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

109

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ାସ୍ଥିତ ମହାନ୍ତିପଡ଼ା ଗ୍ରାମର ବିଜୟ ସାହୁଙ୍କ ଟ୍ରକ ଧକ୍କାରେ ଅକାଳ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁଯାୟୀ; ତେଲକୋଇ ବ୍ଲକ ପୁରୁଯୋଡ଼ା ଆଦିଶକ୍ତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ବିଜୟ କେନ୍ଦୁଝରକୁ ଅଫିସ କାର୍ଯ୍ୟରେ ତାଙ୍କ ବାଇକ୍ (ଓଆର-୨୨-ସି-୪୫୭୬) ଯୋଗେ ଯାଉଥିବା ବେଳେ ସୋମଗିରି ନିକଟରେ ଏକ ବାଲି ବୋଝେଇ ଟ୍ରକ (ଆର୍‌ଯେ-୧୮-ଜିସି-୦୪୧୯) ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଯଦ୍ୱାରା ସେ ଛିଟିକିପଡ଼ି ଟ୍ରକ ଚକା ତଳେ ଚାପି ହୋଇଯାଇଥିଲେ। ଅନ୍ୟ ଏକ ବାଇକରେ ଯାଉଥିବା ସେହି ସ୍କୁଲର ଖେଳ ଶିକ୍ଷକ ଏହା ଦେଖି ପଣ୍ଡାପଡ଼ା ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିଲା। ଶବବ୍ୟବଚ୍ଛେଦ ପରେ ମହାନ୍ତିପଡ଼ାକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ତାଙ୍କ ମରଶରୀର ଏଠାରେ ପହଂଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ନନ୍ଦ ସାହୁଙ୍କୁ ପୁଅ ବିଜୟ(୪୮ବର୍ଷ)ଙ୍କର ବିଧବା ପତ୍ନୀ, ଗୋଟିଏ ପୁଅ ଓ ଝିଅ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.