Home ଜିଲ୍ଲା ପରିକ୍ରମା ଟ୍ରକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ: ଶବ ରଖି ରାସ୍ତା ଅବରୋଧ

ଟ୍ରକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ: ଶବ ରଖି ରାସ୍ତା ଅବରୋଧ

28

ନୟାଗଡ଼, ୨୯ା୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସଦରଥାନା ବାଲୁଗାଁ ନିକଟବର୍ତ୍ତୀ ପୋତାଶଙ୍ଖ ଠାରେ ଟ୍ରକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ନୟାଗଡ଼-ଖଣ୍ଡପଡ଼ା ରାସ୍ତାର ବାଲୁଗାଁ ପୋତାଶଙ୍ଖ ଠାରେ ୨ଟି ଯାକ ଶବ ରଖାଯାଇ ରାସ୍ତା ଅବରୋଧ କରାଯାଇଛି। ଦୁଇ ମୃତକ ହେଲେ ନୟାଗଡ଼ ସଦରଥାନା କ୍ରିଦାଶପୁର ଗ୍ରାମର ମେଘା ଓରଫ ପଂଚୁ ସେଠୀ ଓ ଶରଧାପୁର ଗ୍ରାମର ଶତୃଘ୍ନ ସାହୁ। ଦୁହେଁ ନୟାଗଡ଼ରୁ ସାଇକେଲରେ ଆଗପଛ ହୋଇ ଘରକୁ ଫେରୁଥିବାବେଳେ ପଛପଟୁ ଟ୍ରକ ଆସି ଦୁହିଁକୁ ଧକ୍ମା ଦେଇଥିଲା। ଘଟଣାସ୍ଥଳରେ କ୍ରିଦାଶପୁରର ମେଘା ସେଠୀଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଶରଧାପୁରର ଶତୃଘ୍ନ ସାହୁଙ୍କ ମୃତ୍ୟୁ ଘଟିଥିଲା। କ୍ରିଦାଶପୁର ଗ୍ରାମବାସୀ ଶବରଖି ରାସ୍ତାରୋକ କରିବାରୁ ତାଙ୍କୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଦିଆଯାଇଥିବାବେଳେ ଭୂମିହୀନ ହୋଇଥିଲେ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦେବାକୁ ତହସିଲଦାର ପ୍ରତିଶୃତି ଦେଇଥିଲେ। ଯାହାକି ଦୁଇଟି ଯାକ ଶବ ବ୍ୟବଚ୍ଛେଦ କରାଯାଇ ଦୁଇ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଉପଯୁକ୍ତ ନ୍ୟାୟ ଦାବିରେ ୨ଟି ଯାକ ଶବକୁ ରାସ୍ତା ଉପରେ ରଖି ଦୁଇ ଗ୍ରାମର ଗ୍ରାମବାସୀ ରାସ୍ତାରୋକ କରିଥିଲେ। ରାସ୍ତାରୋକ ସକାଶେ ରାସ୍ତାର ଦୁଇପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା। ଘଟଣାସ୍ଥଳକୁ ଉପଜିଲାପାଳ ଲଗ୍ନଜୀତ ରାଉତ ଆସି ବୁଝାସୁଝା କରିଥିଲାବେଳେ ସଦରଥାନା ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.