Home ଜିଲ୍ଲା ପରିକ୍ରମା ଟ୍ରକ କାର ମୁହାଁ ମୁହିଁ ଧକ୍କା

ଟ୍ରକ କାର ମୁହାଁ ମୁହିଁ ଧକ୍କା

60

ବାହାନଗା,୨୮ା୧୦(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଅନତି ଦୁରରେ ଏକ ଟ୍ରକ ଓ କାର ମୁହାଁ ମୁହିଁ ଧକ୍କାରେ ୨ଜଣ ଗୁରୁତର ହୋଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ବୁଧବାର ଦିନ ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ନିକଟରେ ଏକ କାର (ଡବ୍ଲୁବି ୦୪ଜି-୭୭୬୮)ବାଲେଶ୍ୱର ଆଡ଼କୁ ଯାଉଥିଲା । ବିପରୀତ ଦିଗରୁ ଏକ ସିମେଣ୍ଟ ବୋଝେଇ ଟ୍ରକ (ଓଆର୦୯କେ-୪୯୯୫) ଆସି ତାକୁ ମୁହାଁ ମୁହିଁ ଧକ୍କା ଦେଇଥିଲା । ଫଳରେ କାରଟି ଟ୍ରକ ଭିତରେ ସମ୍ପୁର୍ଣ୍ଣ ପଶି ଯାଇଥିଲା । ସେଥିରେ ଥିବା ୨ଜଣ ଆରୋହୀ ଗୁରୁତର ହୋଇ ଥିଲେ । ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଭିତରୁ ୨ଜଣଙ୍କ କ୍ରେନ ସରହାଯ୍ୟରେ ବାହାରକୁ ଆଣି ବାଲେଶ୍ୱର ସଦର ହସପିଟାଲକୁ ପଠାଇ ଥିଲେ । ସେଠାରେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡ଼ିକାଲ ପଠାଇ ଥିବାର ଜଣାପଡ଼ିଛି ।ା ଯିବା ରାସ୍ତାରେ ୨ଜଣଙ୍କର ମୃତ୍ୟୁ ହୋଇ ଥିବାର ଜଣାପଡ଼ିଛି । ତେବେ ମୃତକ ପଶ୍ଚିମ ବଙ୍ଗର ବୋଲି ସୂଚନା

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.