Home ଜିଲ୍ଲା ପରିକ୍ରମା ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା, ଜଣେ ମୃତ

ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା, ଜଣେ ମୃତ

15

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା- ଜାମୁଝାଡି ରାସ୍ତା ଏବେ ଦୁର୍ଘଟଣାର ହବ ପାଲଟିଛି । ପ୍ରତିଦିନ ଦୁର୍ଘଟଣା ଘଟୁଥିବାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମନରେ ଅଜଣାଭୟ ଦେଖାଦେଇଛି । ଏଥିପାଇଁ ନା ରହିଛି ରାଜନେତାମାନଙ୍କ ଆନ୍ତରିକତା ନା ରହିଛି ପ୍ରଶାସନର କୈାଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ । ସଡକ ଦୁର୍ଘଟଣାରେ ଅକାଳରେ ଝଡି ପଡୁଛି ନିରୀହ ଜୀବନ । ଶୁକ୍ରବାର ଅପରାହ୍ନ ସମୟରେ ଟ୍ରକ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ, ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରକକୁ ବିପରିତ ଦିଗରୁ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇବା କାରଣରୁ ମଖଲପୁର ଠାରେ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ରାଜଘରପୋଖରୀ ଅଂଚଳର ହାଇୱା ଡ୍ରାଇଭର ଗୈାରାଙ୍ଗ ସୁତାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକଙ୍କ ଶବ ବ୍ୟବଛେଦ ପାଇଁ ବାସୁଦେବପୁର ଡାକ୍ତରଖାନାକୁ ଅଣାଯାଇଛି । ଅପରପକ୍ଷରେ ଧାମରା ଅଂଚଳର ଜିତୁ ଦାସ ନାମକ ଡ୍ରାଇଭରକୁ କୋଇଲା ବୋଝେଇ ଟ୍ରକରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.