ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଠାରେ ଗତ ବୁଧବାର ଠାରୁ କାର୍ଯ୍ୟକ୍ଷମ ଟୋଲଗେଟରେ ଭାରତୀୟ ଜନତା ପାର୍ଟି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୬ଷଷ୍ଠ ଦିନରେ ଅବ୍ୟାହତ ରହିଛି। ଆଜି ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହ ଧାରଣାକାରୀଙ୍କ ନେତା ଶ୍ରୀ ଧଳ, ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ପୂର୍ବତନ ସଭାପତି ପ୍ରଦୀପ ସାହୁ, ପୂର୍ବତନ ସମିତି ସଭ୍ୟ ପ୍ରଣବ ରାଉତ, ଯୁବନେତା ପ୍ରଦ୍ୟୁମ୍ନ ସେନାପତି, ରାଜେଶ ବିଶ୍ୱାଳ ପ୍ରମୁଖ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଦାବି ଗୁଡିକ ମଧ୍ୟରେ ଠିକାସଂସ୍ଥା ‘ସ୍କାଇଲାର୍କ ଇଂଫ୍ରା ଇଞ୍ଜିନିଅରିଂ’ ପକ୍ଷରୁ ଟୋଲଗେଟରେ ଚୁକ୍ତିନାମାକୁ ଏଡାଇ ମନମୁଖି ଭାବେ ନିଯୁକ୍ତି ସମ୍ପର୍କରେ ଯାଞ୍ଚ କରାଯିବା, ନିଯୁକ୍ତି ପାଇଁ ଉତ୍କୋଚ ଆଦାୟ କରାଯିବା, ଜାଲ ପ୍ରମାଣପତ୍ରରେ ନିଯୁକ୍ତି ଦିଆଯିବା, ଶତପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ ନିଶ୍ଚିତ କରିବା, ସ୍ଥାନୀୟ ଯାନବାହନକୁ ସ୍ଥାୟୀ ପାସ ଦିଆଯିବା, କୁଶଗଡିଆ ଡିଭାଇଡରକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ଆଦି ଅନ୍ତର୍ଭୁକ୍ତ ଥିଲା। ଆଇନଶୃଙ୍ଖଳା ପରିସ୍ଥିତି ଓ ଜନଆବଶ୍ୟକତା ଦୃଷ୍ଟିରୁ ଦାବିଗୁଡିକ ସମ୍ପର୍କରେ ରାଜପଥ କତ୍ତୃପକ୍ଷ ଓ ଠିକାସଂସ୍ଥାଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଗ୍ରହଣଯୋଗ୍ୟ ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣାକାରୀମାନେ ଦୋହରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସେନାପତି, ଦଳର ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ଗିରିଶ ସାମଲ, ଜିଲ୍ଲା ଉପସଭାପତି ତଥା ପୂର୍ବତନ ସରପଞ୍ଚ ଜଗବନ୍ଧୁ ଦାସ, ବାବାଜି ଜେନା, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସେନାପତି, ପ୍ରାକ୍ତନ ସମିତି ସଭ୍ୟ ପ୍ରଣବ ରାଉତ, ଯୁବନେତା ସ୍ୱରାଜ ମହାପାତ୍ର, ରାଜେଶ ବିଶ୍ୱାଳ, ରଙ୍ଗାଧର ରାଉତ, ଦିଲ୍ଲିପ ସାହୁ, ପ୍ରଦୀପ ସାହୁ, କୈଳାସ ସାହୁ, ବିବେକାନନ୍ଦ ସାହୁଙ୍କ ସମେତ ପୁରୁଷ ଓ ମହିଳା ସୋମବାର ଧାରଣାରେ ଅଂଶଗ୍ରହଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଟୋଲଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଓ ଅର୍ଥ କାରବାର ବନ୍ଦ ଦାବି, ବିଜେପିର ଗଣଧାରଣା ଜାରି;...