Home ଜିଲ୍ଲା ପରିକ୍ରମା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ବିଳମ୍ବ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀଙ୍କୁ ଭେଟିଲେ...

ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ବିଳମ୍ବ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

22

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଧାମନଗର ଛକ ଠାରେ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ବିଳମ୍ବ ଦୃଷ୍ଟିରୁ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ରାମେଶ୍ୱର ତେଲିଙ୍କୁ ସାକ୍ଷାତ୍ କରିଛନ୍ତି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ । ଏବଂ ତୁରନ୍ତ ଏହି କାର୍ଯ୍ୟ ଆରମ୍ଭ କରିବା ନେଇ ଅନୁରୋଧ ମଧ୍ୟ କରିଛନ୍ତି । ପ୍ରକାଶ ଥାଉକି ୨୦୨୦ ସେପ୍ଟେମ୍ବର ୨୧ ତାରିଖ ସଂସଦର ଶୂନ୍ୟକାଳରେ ସାଂସଦ ଶ୍ରୀମତୀ ମଣ୍ଡଳ ଧାମନଗର ଛକରେ ଶୀଘ୍ର ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଗୃହର ଅଧ୍ୟକ୍ଷଙ୍କ ଜରିଆରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ । ଏହାର ଉତ୍ତରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ତେଲି ତାଙ୍କ ପତ୍ର ସଂଖ୍ୟା କ୍ୟୁ-୨୧୦୧୧/୧/୨୦୨୧-ଇଡି/୧୮୧୧୪, ତା ୦୩.୧୨.୨୧ ରିଖ ରେ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ସାଂସଦଙ୍କୁ ଜଣାଇଥିଲେ । ଇତିମଧ୍ୟରେ ରାଜ୍ୟ ସରକାର ଉକ୍ତ ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଯଥା ୬୦ ଏକର ଜମି, ବିଦ୍ୟୁତ୍‌, ରାସ୍ତା ଓ ଜଳ ଆଦି ଯୋଗାଇ ଦେଇଛନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ବଭାଗ ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଟିକେ ବି ଇଚ୍ଛା ପ୍ରକାଶ କରିନାହାଁନ୍ତି । ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ବାହାର ରାଜ୍ୟ ଗୁଜୁରାଟ, ଆନ୍ଧ୍ର, ସୁରତ ପରି ରାଜ୍ୟରେ ନିଜର ପରିବାର ପୋଷଣ ପାଇଁ ନଯାଇ ଏହିଠାରେ ନିଯୁକ୍ତି ସୁଯୋଗ ପାଇବେ । ଏହି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ସହିତ ଅନେକ ଆନୁସଙ୍ଗିକ କଳକାରଖାନା ମଧ୍ୟ ପ୍ରତିଷ୍ଠା ହୋଇପାରିବ । ଯାହାଫଳରେ ଅନେକ ଶିକ୍ଷିତ କୁଶଳୀ ଏବଂ ଅଣକୁଶଳୀ ଯୁବକଯୁବତୀଙ୍କ ନିଯୁକ୍ତି ପାଇବା ପାଇଁ ସୁଯୋଗ ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୈତିକ ସୁଦୃଢ ହେବା ସହ ବେକାର ସମସ୍ୟା ଦୂର ହୋଇପାରିବ । ଏହି ଆଲୋଚନା ଫଳରେ ମାନ୍ୟବର ମନ୍ତ୍ରୀ ଉକ୍ତ ଶିଳ୍ପ ପ୍ରତିଷ୍ଠାର ବିଳମ୍ବ ପାଇଁ ଭାରତୀୟ ତୈଳ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ପଦକ୍ଷେପ ନେବା ପାଇଁ ଲିଖିତ ନିର୍ଦ୍ଦେଶ ଦେଇଥିଲେ । ଯାହା ଅତ୍ୟନ୍ତ ସନ୍ତୋଷ ଜନକ ଥିଲା । ଏହି ଆଲୋଚନାରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.