Home ଜିଲ୍ଲା ପରିକ୍ରମା ଟି.ଏମ.ସି. ବିଲ ପୈଠ ଦାବିରେ ସରପଞ୍ଚମାନଙ୍କ ଧାରଣା ଅବ୍ୟାହତ

ଟି.ଏମ.ସି. ବିଲ ପୈଠ ଦାବିରେ ସରପଞ୍ଚମାନଙ୍କ ଧାରଣା ଅବ୍ୟାହତ

99

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ୨୩ ପଞ୍ଚାୟତ ପକ୍ଷରୁ କୋଭିଡ ମହାମାରୀ ମୁକାବିଲା ପାଇଁ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ପରିଚାଳନା କରିଥିôବା ପଞ୍ଚାୟତ ଗୁଡିକର ବକେୟା ବିଲ ପୈଠ ଦାବି କରି ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ଧାରଣା ଶନିବାର ଅବ୍ୟାହତ ରହିଥିଲା । ସରପଞ୍ଚ ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ଜଗବନ୍ଧୁ ଦାସ, ସଦାଶିବ ଦାସ, ସୁବାସ କାଣ୍ଡି, ତେସିଙ୍ଗା ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ଖଣ୍ଡେଇ, ରହଣିଆ ସରପଞ୍ଚ ପ୍ରତିନିଧି ବିରେନ୍ଦ୍ର ନାୟକ ପ୍ରମୁଖ ବ୍ଲକ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଜୁନ ମାସ ୨୩ ତାରିଖରୁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ବନ୍ଦ ହୋଇଛି । ପଞ୍ଚାୟତ ପକ୍ଷରୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ପରିଚାଳନା ବାବଦକୁ ଖର୍ଚ୍ଚ କରିଥିôବା ଅର୍ଥର ପ୍ରମୁଖ ଭାଗ ପାଇବା ପାଇଁ ବ୍ଲକରେ ବିଲ ଗତ ଜୁନ ମାସ ଶେଷ ସୁଦ୍ଧା ଦାଖଲ କରିସାରିଥିଲେ । ହେଲେ ବ୍ଲକ କତ୍ତୃପକ୍ଷ ଆଂଶିକ ବିଲ ପ୍ରଦାନ କରି ତୁନି ପଡିଥିଲେ । ଚଳିତ ସେପ୍ଟେମ୍ବର ୮ ତାରିଖ ଦିନ ସାତ ଦିନ ମଧ୍ୟରେ ବିଲ ଅର୍ଥ ପୈଠ ପାଇଁ ବ୍ଲକ ପ୍ରଶାସନକୁ ସରପଞ୍ଚମାନେ ମିଳିତ ଭାବେ ଜଣାଇଥିଲେ । ଅନ୍ୟଥା ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଗତ ୧୧ ତାରିଖରେ ସରପଞ୍ଚମାନଙ୍କ ଦାବି ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ ଦିଆଯାଇ ଏଥିନେଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ମାତ୍ର କୌଣସି ସୁଫଳ ନମିଳିବାରୁ ସରପଞ୍ଚମାନେ ଅନିର୍ଦ୍ଦଷ୍ଟ କାଳ ପାଇଁ ଧାରଣାରେ ବସି ରହିଛନ୍ତି । ଅନ୍ୟ ପକ୍ଷରେ ବିଡିଓ ବିଜୟ କୁମାର ସାହୁ ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ ଘଟଣାର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.