ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ ଯୋଗ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ନିଜର ଆଚରଣ ଓ ଉଚାରଣରେ ପିଲାଙ୍କ ପାଇଁ ପ୍ରେରଣାଦାୟୀ ହୁଅନ୍ତୁ ବୋଲି କହିଥିଲେ । ଉଦ୍ଘାଟକ ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢନ୍ତୁ ଏବଂ ଭଲ ଚାକିରୀ କରନ୍ତୁ କିନ୍ତୁ ନିଜର ସ୍ୱାଭିମାନ ଓ ସମ୍ମାନକୁ ଜଳାଞ୍ଜଳୀ ଦେଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ବୋଲି କହିଥିଲେ । ମୁ୍ଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇ ସମାଜରେ ଭଲ ମଣିଷର ଅଭାବ ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଯୋଗ ଦେଇ ସହନଶୀଳତା ସଫଳତାର ପାହାଚରେ ପହଚାଂଇଥାଏ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସାହୁ, ବିଡିଓ ସୀତାକାନ୍ତ ରାଉତ, ସରପଚଂ ସଂଗ୍ରାମ କେଶରୀ ଜେନା, ପୁରାତନ ଛାତ୍ର ସଂସଦ ସଭାପତିି ନରୋତମ ସ୍ୱାଇଁ, ସମ୍ପାଦକ ଡ.ମନ୍ମଥ କୁମାର ରାଉଳ, ବିଇଓ ସୁକୀତ କର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୁରାତନ ଛାତ୍ର ଇଂ.ଲକି ମାଷ୍ଟର ସ୍ୱାଇଁ ଅତିଥି ପରିଚୟ ଓ ମଂଚ ସଂଯୋଜନା, ଶିକ୍ଷୟିତ୍ରୀ ବସୁନ୍ଧରା ଜେନା ବାର୍ଷିକ ବିବରଣୀ ପାଠ ଏବଂ ପୁରାତନ ଛାତ୍ର ମାଧବାନନ୍ଦ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା କାଳନ୍ଦି ଚରଣ ବେହେରାଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉତ୍କଳ ସଂଗୀତ ଗାନ କରାଯାଇଥିଲା । ୨ୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଜୟନ୍ତୀ କମିଟିର ଉପଦେଷ୍ଟା ଲିଙ୍ଗରାଜ ସ୍ୱାଇଁ, ବିଶ୍ୱନାଥ ଓଝା, ଧନେଶ୍ୱର ଜେନା, ସଭ୍ୟା ପଙ୍କଜିନୀ ଲେଙ୍କା, ବନ୍ଦନା ରାଉତ, କବିତା ସାହୁ, ଶେଫାଳୀ ଜେନା, ସଭ୍ୟ ହୃଷିକେଶ ପୃଷ୍ଟି, ରମାକାନ୍ତ ପାଣିଗ୍ରାହୀ, ମକରଧ୍ୱଜ ଲେଙ୍କା, ପରମେଶ୍ୱର ବାରିକ, ଅଶୋକ ଖିଲାର, ପ୍ରଣବ କିଶୋର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ, ସୁଧାଂଶୁ ଶେଖର ନାୟକ, ଆଲୋକ ରାଉତ, ସନ୍ତୋଷ ଜେନା, ପ୍ରମୋଦ ଗୋଛାୟତ, ସଞ୍ଜୟ ସାମଲ, ସନାତନ ଲେଙ୍କା, ତାଡକେଶ୍ୱର ମହାପାତ୍ର, ସୁଶାନ୍ତ ସାହୁ, ଧିରେନ୍ଦ୍ର ସାମଲ, ଧ୍ରୁବ ଚରଣ ସାହୁ, ମାଧବାନନ୍ଦ ବିଶ୍ୱାଳ, ପ୍ରଦୀପ ପଢିଆରୀ, ଦୀପକ କୁମାର ସାହୁ, ଅଶ୍ୱିନୀ ସାହୁ, ନିରୋଦ ଜେନା, ଅଜିତ ପଢିଆରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ କମଳାକାନ୍ତ ନାୟକ, ତାପସ କୁମାର ନାୟକ, ଗୟାଧର ମଲ୍ଲିକ, ଶିକ୍ଷୟିତ୍ରୀ ସାଗରିକା ପୁହାଣ, ନିଳିମା ମଞ୍ଜରୀ ରାଉତ, ଗୀତାଞ୍ଜଳୀ ଚାନ୍ଦ,ମୌନାବତୀ ସାମଲ, ଅଲିଭା ପଣ୍ଡା, ଲକ୍ଷ୍ମୀରାଣୀ ସାହୁ, ବାସନ୍ତୀଲତା ଜେନା, ସୁମିତ୍ରା ବେହେରା, ଗୌରୀବାଳା ପାତ୍ର, ତେଜଶ୍ରୀ ଦିବ୍ୟାର୍ଚ୍ଚନା ରାଉତ, ସହାୟକ ପ୍ରଫୁଲ୍ଲ କୁମାର ବାରିକ, କର୍ମଚାରୀ ସନ୍ତୋଷ କୁମାର ବେହୁରା, ସୁବ୍ରତ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।
Home ଜିଲ୍ଲା ପରିକ୍ରମା ଟିଲୋ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦ୍ଘାଟିତ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଆଚରଣ, ଉଚ୍ଚାରଣ ପ୍ରେରଣା ଦାୟୀ ହେଉ-ବାଚସ୍ପତି








