Home କେନ୍ଦ୍ରାପଡ଼ା ଟିପିସିଓଡିଏଲ ପକ୍ଷରୁ ବିଦ୍ୟୁତ୍ ଚୋରି ଧଡପଗଡ

ଟିପିସିଓଡିଏଲ ପକ୍ଷରୁ ବିଦ୍ୟୁତ୍ ଚୋରି ଧଡପଗଡ

26

କେନ୍ଦ୍ରାପଡ଼ା ୨୬ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟିପିସିଓଡିଏଲ ପ୍ରବର୍ତ୍ତନ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସହର ଏବଂ ଆଖପାଖ ଅଞ୍ଚଳରେ ବିଦ୍ୟୁତ ଚୋରି ଧଡପଗଡ କରାଯାଇଛି। ଏଥିରେ କେନ୍ଦ୍ରାପଡା ଡିଭିଜନର ୨୯ଟି ସ୍କ୍ୱାର୍ଡ ଅଂଶ ଗ୍ରହଣ କରିଥିଲେ। ଏହି ଧଡପଗଡରେ ୫୪୫ଟି ଗୃହ ଏବଂ ଅନୁଷ୍ଠାନ ଉପରେ ଅଚାନକ ଚଢାଉ କରାଯାଇ ୧୨୬ ଓ ୧୩୫ ଧାରାରେ ୧୧୩ଟି ମାମଲା ରୁଜୁ୍ କରାଯାଇଛି। ସେଥିମଧ୍ୟରୁ ୧୧୩ଟି ଘରେ ୩୦୫ କିଲୋ ୱାଟ୍ ବିଦ୍ୟୁତ ଚୋରି ଧରାଯାଇଥିବା ବେଳେ ବେଆଇନ ଭାବେ ବ୍ୟବହୃତ ହେଉଥିବା ୧୦ଟି ବିଦ୍ୟୁତ ସଂଯୋଗକୁ ତତ୍‌କ୍ଷଣାତ୍ ବିଛିନ୍ନ କରାଯାଇଛି। ଏହି ଧଡପଗଡ କେନ୍ଦ୍ରାପଡା ଟିପିସିଓଡିଏଲ ଡିଭିଜନର ସହକାରୀ ସାଧାରଣ ପରିଚାଳକ ପ୍ରଦିପ୍ତ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏହି ମିଶନ ମାଧ୍ୟମରେ ଟିପିସିଓଡିଏଲର ସମସ୍ତ ଗ୍ରାହକମାନଙ୍କୁ ସାଧୁତାର ସହ ବିଦ୍ୟୁତ ବ୍ୟବହାର କରିବାକୁ କେନ୍ଦ୍ରାପଡା ଡିଭିଜନ ପକ୍ଷରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.