Home କେନ୍ଦ୍ରାପଡ଼ା ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀଙ୍କ ୨୪ଟି ପ୍ଲାଷ୍ଟିକ ସିଲ ମିଳୁନଥିବା ଅଭିଯୋଗ

ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀଙ୍କ ୨୪ଟି ପ୍ଲାଷ୍ଟିକ ସିଲ ମିଳୁନଥିବା ଅଭିଯୋଗ

57

କେନ୍ଦ୍ରାପଡ଼ା, ୨୫ା୧୧ (ଓଡ଼ିଆ ପୁଅ) : ଟିପିସିଓଡିଏଲ ଇନ୍ଦୁପୁର ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଖରୁ ୨୪ଟି ଧଳା ପ୍ଲାଷ୍ଟିକ ସିଲ କେଉଁଠି ହଜି ଯାଇଛି। ଏସମ୍ପର୍କରେ ନିକିରାଇ ଥାନାରେ ଇନ୍ଦୁପୁର ଟିପିସିଓଡିଏଲ ସେକ୍ସନ ପକ୍ଷରୁ ସହକାରୀ ପରିଚାଳକ(ବିଦ୍ୟୁତ) ପ୍ରଶାନ୍ତ ବେହେରା ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାଇ ଚଳିତମାସ ୧୮ତାରିଖ ସକାଳେ ନିକିରାଇ ଗ୍ରାମରେ ଟିପିସିଓଡିଏଲର ଏକ ଏମ.ଆର.ଟି. ଯାଞ୍ଚସମୟରେ କର୍ମଚାରୀଙ୍କ ନିକଟରୁ ୨୪ଟି ପ୍ଲାଷ୍ଟିକ ସିଲ କେଉଁଠି ହଜିଯାଇଛି। ତେଣୁ ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ସହକାରୀ ପରିଚାଳକ ଶ୍ରୀ ବେହେରା ନିକିରାଇ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.