Home Coronavirus Outbreak ଟିଟିଲାଗଡ଼ର ତାପମାତ୍ରା ୪୩ ଡିଗ୍ରୀକୁ ଛୁଇଁଲା

ଟିଟିଲାଗଡ଼ର ତାପମାତ୍ରା ୪୩ ଡିଗ୍ରୀକୁ ଛୁଇଁଲା

84

ବଲାଙ୍ଗୀର ୧୬-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ତତଲାସହର ଟିଟିଲାଗଡ଼ ର ତାପମାତ୍ରା ୪୩ ଡିଗ୍ରୀ କୁ ଛୁଇଁଥିବା ବେଳେ ସାଧାରଣ ଜନ, ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତତଲାଗଡ଼ ରୂପେ ପରିଚିତ ଏହି ଟିଟିଲାଗଡ଼ ରେ ଗତ କିଛି ଦିନ ଧରି ଗ୍ରୀଷ୍ମପ୍ରବାହ ସହ ଟାଣ ଖରାରେ ସାଧାରଣ ଜନ ଜୀବନ ଅସ୍ତ,ବ୍ୟସ୍ତ ହୋଇ ପଡୁଛି। ଅପର ପକ୍ଷେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସହ ପାନୀୟ ଜଳ ଯୋଗାଣ ନେଇ ବିଭାଗୀୟ ଉଦାସୀନତା ମନୋଭାବ ଯୋଗୁଁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ଜଳଛତ୍ର ବ୍ୟବସ୍ଥା ସହ ଡାକ୍ତରଖାନା ରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ବ୍ୟବସ୍ଥା କରାଯାଇ ନାହିଁ। ତେବେ ଏହି ଟିଟିଲାଗଡ଼ ର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଗକୁ ଆଉ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ତରଫରୁ କରାଯାଉ ବୋଲି ଦାବି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.