Home ଜିଲ୍ଲା ପରିକ୍ରମା ଟିକସ ଫାଙ୍କିବା ନେଇ ବାଣିଜ୍ୟକର ବିଭାଗର ଚଢ଼ାଉ

ଟିକସ ଫାଙ୍କିବା ନେଇ ବାଣିଜ୍ୟକର ବିଭାଗର ଚଢ଼ାଉ

23

ବଲାଙ୍ଗୀର ୧୭ -୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : କଣ୍ଟାବାଞ୍ଜିର ଏକ ଦୋକାନରେ ଆଜି ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ଦଳର ଚଢ଼ାଉ ହୋଇଛି। ସହରର ୱାର୍ଡ ନଂ ୩ ରେ ଥିବା ରାଜୀବ ଅଗ୍ରୱାଲଙ୍କ ଆର. କେ ଟ୍ରେଡ଼ର୍ସ ର ପ୍ଲାଇଉଡ଼ ଦୋକାନ ଓ ଗୋଦାମରେ ଚଢ଼ାଉ କରାଯାଇଛି। ବଲାଙ୍ଗୀର – ନୂଆପଡା ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ଦଳର ମିଳିତ ଉଦ୍ୟମରେ ଏହି ଚଢ଼ାଉ ହୋଇଛି। ଟିକସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାଯାଇଛି। କିଛି ଗୁରୁତ୍ୱପୂର୍ଣ କାଗଜ ପତ୍ର ଯାଞ୍ଚ କରି ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.