Home ଓଡ଼ିଶା ଟିଏମସିରେ ମହିଳା ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ସ୍ଥିତି ପରଖିଲେ ରେମୁଣା ବିଧାୟକ

ଟିଏମସିରେ ମହିଳା ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ସ୍ଥିତି ପରଖିଲେ ରେମୁଣା ବିଧାୟକ

97

ବାଲେଶ୍ୱର, ୪ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିରେ ପ୍ରତି ପଞ୍ଚାୟତ ଗୁଡ଼ିକରେ କାର୍ଯ୍ୟକ୍ଷମ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମସି) ବା ସଂଗରୋଧ କେନ୍ଦ୍ରରେ ଯୁବତୀ ଅନ୍ତବାସୀଙ୍କ ପ୍ରତି ଅସଦାଚରଣ ହୋଇଥିବା ନେଇ ଅଭିଯୋଗ ଅସିଛି। ଏହି ଭଳି ସମ୍ବେଦନଶୀଳ ଘଟଣା ରେମୁଣା ଗଣେଶ୍ୱପୁର ଅଞ୍ଚଳର ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଟିଏମସିରେ ଘଟିଥିବା ଅଭିଯୋଗ ହେଉଛି। ୪ ଜଣ ଶିଶୁ ଓ ୬ ଜଣ ମହିଳାଙ୍କୁ ମିଶାଇ ମୋଟ ୨୬ଜଣ ପ୍ରବାସୀ ସମ୍ପ୍ରତି ଏହି କେନ୍ଦ୍ରରେ ରହୁଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ପତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିଏମସି ପରିଚାଳିତ ହେଉଛି। ତେବେ ବେଙ୍ଗଲୁରୁରୁ ଫେରିଥିବା ରେମୁଣାର ରୁଦ୍ରପୁର ଅଞ୍ଚଳର ଜନୈକ ଛାତ୍ରୀ ଗତ ୪ ଦିନ ଧରି ଏହି କେନ୍ଦ୍ରରେ ରହୁଥିଲା। ଗତକାଲି ରାତିରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ହଠାତ ହୋଇଥିବା ବିଦ୍ୟୁତ୍ କାଟ ସମୟରେ କେହି ଜଣେ ସମ୍ପୃକ୍ତ ଛାତ୍ରୀଙ୍କ ପ୍ରତି ଅସଦାଚର କରିଥିଲା। ଫଳରେ ସେ ଚିତ୍କାର କରିବାରୁ ଅନ୍ୟ ଅନ୍ତେବାସୀମାନେ ଉଠି ପଡ଼ିଥିଲେ। ନିଦରେ ଥିବା ବେଳେ କିଛି ଦୁଃସ୍ୱପ୍ନ ଦେଖିଥିବା ନେଇ ଅନ୍ୟ ଅନ୍ତେବାସୀଙ୍କ ପରାମର୍ଶ କ୍ରମେ ଛାତ୍ରୀ ଜଣକ ନିଜକୁ ବୁଝାଇ ଦେଇଥିଲା। ମାତ୍ର କିଛି ସମୟ ପରେ ପୁଣି ବିଦ୍ୟୁତ୍ କାଟ ହେବା ଓ ଛାତ୍ର ଜଣକ ଚିତ୍କାର କରିବାରୁ ଅନ୍ୟମାନେ ଉଠିପଡ଼ି ଦେଖିଲେ ଯେ କେହି ଜଣେ ଦୌଡ଼ି ପଳାଇ ଯାଉଛି। ତେବେ ଏ ସମ୍ପର୍କରେ ଛାତ୍ରୀ ଜଣକ ଥାନାରେ ଏତଲା କରିବା ପରିବର୍ତ୍ତେ ପରିବାର ଲୋକଙ୍କ ପରାମର୍ଶ କ୍ରମେ ବ୍ଲକରୁ ଅନୁମତି ନେଇ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ କହି ଘରକୁ ଚାଲିଯାଇଛନ୍ତି। ମାତ୍ର ଅନ୍ୟାନ୍ୟ ଅନ୍ତେବାସୀ ଓ ସ୍ଥାନୀୟ ବାସିନ୍ଦା ଏହି ଘଟଣାକ ନେଇ ତୁମ୍ବିତୁଫାନ୍ ଆରମ୍ଭ କରିଛନ୍ତି। ପରିଚାଳନା ଦାୟିତ୍ୱରେ ଥିବା ସରପଞ୍ଚ ଓ ସହଯୋଗୀଙ୍କ ଅବହେଳା ଯୋଗୁଁ ଏଭଳି ସ୍ପର୍ଶକାତର ଘଟଣା ଘଟିଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି। ଏହାର ତଦନ୍ତ ସହ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ତେବେ ଖବର ପାଇ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଟିଏମସିରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହେବା ସହ ତଦନ୍ତ ପାଇଁ ପୁଲିସ ସହ ଯୋଗଯୋଗ କରିଥିବା କହିଛନ୍ତି। ଛାତ୍ର ଜଣକ ଅଭିଯୋଗ ନ କଲେ ବି ଭବିଷ୍ୟତରେ ଯେପରି ଏହି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ଆକ୍ରୋଶରୁ କିଛି ସ୍ଥାନୀୟ ବ୍ୟକ୍ତି ଏହି ଘଟଣାକୁ ଜଟିଳ ଆଡ଼କୁ ନେବାକୁ ଚେଷ୍ଟା କରୁଥିବା ସରପଞ୍ଚ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.