Home କେନ୍ଦ୍ରାପଡ଼ା ଟାଉନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା: ଲୋକ ବାରମ୍ବାର ଫେରୁଥିବା ଅଭିଯୋଗ

ଟାଉନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା: ଲୋକ ବାରମ୍ବାର ଫେରୁଥିବା ଅଭିଯୋଗ

52

କେନ୍ଦ୍ରାପଡ଼ା, ୨୮ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ତହସିଲ ଅଧିନ ରାଜସ୍ୱ ନିରୀକ୍ଷକ ଟାଉନ ସର୍କଲଙ୍କ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ପଡିଥିବା ନେଇ ଅଭିଯୋଗ ହୋଇଛି। ବିଭିନ୍ନ କାର୍ଯ୍ୟ ପାଇଁ ସେହି କାର୍ଯ୍ୟାଳୟକୁ ଯାଉଥିବା ଲୋକମାନେ ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି। ସେହି ସର୍କଲର ଏ.ଆର.ଇ.ଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠାଇ ଦିଆଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକ ଅଧିକାଂଶ ସମୟ କାର୍ଯ୍ୟାଳୟରେ ରହୁନଥିବାରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖାଯାଇଛି। ବିଭିନ୍ନ ସମୟରେ ଲୋକମାନେ ଖଜଣା ଦେବାକୁ, ବିଭିନ୍ନ ମିସ ସାର୍ଟିଫିକେଟ ପାଇଁ ରାଜସ୍ନ ନିରୀକ୍ଷକଙ୍କ ରିପୋର୍ଟ ପ୍ରଦାନ ନିମନ୍ତେ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହୋଇ ଶେଷରେ ତାଲା ପଡିଥିବା ଦେଖି ଫେରି ଆସିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ତୁରନ୍ତ ନିରାକରଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.