Home କେନ୍ଦ୍ରାପଡ଼ା ଟାଉନ ଥାନା, ନିକିରାଇ ଥାନା ଓ ରାଜକନିକା ଥାନାରେ ନୂତନ ଥାନାଅଧିକାରୀଙ୍କ ଯୋଗଦାନ

ଟାଉନ ଥାନା, ନିକିରାଇ ଥାନା ଓ ରାଜକନିକା ଥାନାରେ ନୂତନ ଥାନାଅଧିକାରୀଙ୍କ ଯୋଗଦାନ

31

କେନ୍ଦ୍ରାପଡ଼ା ୨୦ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ଜିଲ୍ଲାର ୩ଟି ଥାନାରେ ନୂତନ ଆଇଆଇସିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହି ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଗୈାରାଙ୍ଗ ପୃଷ୍ଟି ଯୋଗଦେଇଥିବା ବେଳେ ନିକିରାଇ ଥାନାରେ କାଦମ୍ବିନୀ ପରିଡା ଓ ରାଜକନିକା ଥାନାରେ ବିଲ୍ୱମଙ୍ଗଳ ସେଠୀ ଥାନା ଅଧିକାରୀ ଭାବେ ଆଜି ଯୋଗଦେଇଛନ୍ତି। ଇନସପେକ୍ଟର ଶ୍ରୀ ପୃଷ୍ଟି ପୁରୀ ଜିଲ୍ଲାରୁ ବଦଳି ହୋଇ ଆସି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୂର୍ବରୁ ଯୋଗଦେଇଥିଲେ। ଟାଉନ ଥାନାରେ ସବଇନସପେକ୍ଟର ଥିବା ଶ୍ରୀମତୀ ପରିଡା ନିକଟରେ ଇନସପେକ୍ଟର ପଦବୀକୁ ପଦୋନ୍ନତି ପାଇଥିଲେ। ପଟ୍ଟାମୁଣ୍ଡାଇ ଥାନା ଅଧିନ ଚଉଦକୁଲାଟ ଫାଣ୍ଡିରେ ସବଇନସପେକ୍ଟର ଥିବା ଶ୍ରୀ ସେଠୀ ଇନସପେକ୍ଟର ପଦବୀକୁ ନିକଟରେ ପଦୋନ୍ନତି ପାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.