Home ଜିଲ୍ଲା ପରିକ୍ରମା ଝିଅକୁ ପିଟିପିଟି ଘରେ ସଂଜ୍ଞା ହୀନ ଭାବେ ପକାଇ ବାପାଙ୍କ ଆତ୍ମହତ୍ୟା

ଝିଅକୁ ପିଟିପିଟି ଘରେ ସଂଜ୍ଞା ହୀନ ଭାବେ ପକାଇ ବାପାଙ୍କ ଆତ୍ମହତ୍ୟା

71

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘରୋଇ କଳିରୁ ଝିଅକୁ ପିଟିପିଟି ସଂଜ୍ଞାହୀନ ହୋଇ ଝିଅକୁ ଘରେ ପକାଇ ଦେଇ ବାପା ଘର ଠାରୁ କିଛି ଦୂରରେ ଏକ ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଂଶଡା ଥାନା ଘେଂଟଶ୍ୱର ଫାଣ୍ଡି ଅଧିନ ମାଣିପୁର ଗ୍ରାମରେ। ଏହି ଗ୍ରାମ ର ସୁରେନ୍ଦ୍ର ଜେନା ଆଜି ଦ୍ୱିପ୍ରହରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅ ଗୀତାଞ୍ଜଳି ଜେନାଙ୍କ ମଧ୍ୟ୍ୟରେ କୌଣସି କାରଣ କୁ ନେଇ ବଚସା ହୋଇ ଥିଲା। ବାପା ଉତ୍ୟକ୍ତ ହୋଇ ନିଜ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଝିଅ ସଂଜ୍ଞା ହୀନ ହୋଇ ଝିଅ ପଡ଼ିଯିବା ପରେ ବାପା ଘର ପାଖରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଖବର ପାଇ ପହଂଚି ଦେଖିବା ବେଳକୁ ଅଷ୍ଟମ ଶ୍ରେଣୀର ଝିଅ ଗୀତାଞ୍ଜଳି ରକ୍ତ ଜୁଡୁବୁଡୁ ହୋଇ ତଳେ ପଡି ଥିବା ବେଳେ ଗ୍ରାମବାସୀ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଝିଅକୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଅନ୍ୟପଟେ ବାପାକୁ ଖୋଜିବାକୁ ଗଲା ବେଳକୁ ବାପା ଘର ଠାରୁ କିଛି ଦୂରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.