Home ଜିଲ୍ଲା ପରିକ୍ରମା ଝାନ୍ସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

ଝାନ୍ସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

18

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବାଉଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତି ଝାନ୍ସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସଭାରେ ଲକ୍ଷ୍ମୀବାଈଙ୍କ ଜୀବନୀ ଲେଖକ ସମାଜସେବୀ ରମେଶ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିବାବେଳେ ଭଗବାନ ଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୂର୍ଯ୍ୟପ୍ରଭା ଦାସ, ଅସିମା କବି, ମନସ୍ୱିନୀ କବି, ରାଧାରାଣୀ ପଣ୍ଡା, ପ୍ରଭାତ କୁମାର ସାହୁ, ଅମୀୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଝାନ୍ସୀରାଣୀ ଲକ୍ଷ୍ମୀବାଈଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱାଧୀନତା ସଂଗ୍ରାମରେ ମୁଖ୍ୟ ଯୋଦ୍ଧା ରାଣୀ ଲକ୍ଷ୍ମୀବାଈଙ୍କ ବିଶିଷ୍ଟ ଅବଦାନ ସଂପର୍କରେ ସୂଚାଇଥିଲେ। ଭାରତୀୟ ନାରୀ ସମାଜକୁ ଦେଶପାଇଁ ଲଢେଇ କରି ସହୀଦ ହୋଇଯିବା ଦେଶଭକ୍ତିର ପରିଚୟ କହିବା ସହ ନାରୀ ସମାଜ ନିଜର ସମ୍ମାନ ଓ ସୁରକ୍ଷା ପାଇଁ ନିଜେ ହିଁ ଲଢିବାର ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଶେଷରେ ଅସୀମା କବି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସ୍କୁଲର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.